ଓଡିଶା

odisha

ETV Bharat / state

ଅସହାୟ ବୃଦ୍ଧାଙ୍କୁ ସରକାରୀ ସହାୟତା ପାଇଁ ଦାବି - boudha lockdown

ଭଙ୍ଗା ଘରେ କଟୁଛି ଜୀବନ । ଅସହାୟ ବୃଦ୍ଧା ଦୁଃଖୀ ନାଗଙ୍କୁ ସରକାରୀ ସହାୟତା ପାଇଁ ଦାବି । ଅଧିକ ପଢନ୍ତୁ....

Demands for government assistance to dukhi in boudha
ଅସହାୟ ବୃଦ୍ଧା ଦୁଃଖୀଙ୍କୁ ସରକାରୀ ସହାୟତା ପାଇଁ ଦାବି

By

Published : Apr 14, 2020, 10:01 PM IST

ବୌଦ୍ଧ:ଜୀବନ ଯୁଦ୍ଧରେ ଏକା ଏକା ଲଢ଼େଇ କରୁଛନ୍ତି ବୃଦ୍ଧା ଦୁଃଖୀ ନାଗ । ବୌଦ୍ଧ ଜିଲ୍ଲାର ମାଓ ଅଧ୍ୟୁଷିତ ନାରାୟଣ ପ୍ରସାଦ ପଞ୍ଚାୟତର ଉପାନ୍ତ ସମାକୁପା ଗାଁ ମୁଣ୍ଡରେ ରୁହନ୍ତି ସେ । ସଂସାରରେ ଏକାକୀ ଜୀବନ କଟୁଥିବା ଏହି ଅସହାୟ ମହିଳାଙ୍କୁ କେହି କିଛି ଦୟାକଲେ ଚଳନ୍ତି, ନଚେତ ପେଟଜ୍ବାଳାକୁ ପେଟରେ ମାରି ଉପବାସ ରହିବାକୁ ପଡେ । ଏପଟେ ଗତ ବର୍ଷ ଲଗାଣ ବର୍ଷାରେ ରହୁଥିବା ଘରଟି ମାଟିରେ ମିଶିଯାଇଥିବା ବେଳେ ଏକ ଭଙ୍ଗା ରୋଷେଇ ଘରେ ଦୁଃଖିଙ୍କ ଦୁଃଖ ଭରା ଜୀବନ କଟୁଛି ।

ଅସହାୟ ବୃଦ୍ଧା ଦୁଃଖୀଙ୍କୁ ସରକାରୀ ସହାୟତା ପାଇଁ ଦାବି

ମାଗିଯାଚି ଚଳୁଥିବା ଏହି ଅସହାୟଙ୍କ ପାଇଁ ବର୍ତ୍ତମାନ ଲକଡାଉନ ବେଡି ଉପରେ କରୋଡା ସଦୃଶ ହୋଇଛି । କାରଣ ଏସବୁ ଅଞ୍ଚଳକୁ ଅସହାୟଙ୍କ ପାଇଁ ରନ୍ଧା ଖାଦ୍ୟ କେବଳ ସ୍ବପ୍ନ ସଦୃଶ । ସେପଟେ ଆଜି ଯାଏଁ ଦୁଃଖୀଙ୍କୁ ସାମାଜିକ ସୁରକ୍ଷା ଯୋଜନାରେ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇନଥିବା ସେ କହିଛନ୍ତି । ଜିଲ୍ଲା ପ୍ରଶାସନ ଦୁଃଖୀଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details