ଓଡିଶା

odisha

ETV Bharat / state

ଅସହାୟ ଅବସ୍ଥାରେ ହିମାଂଶୁଙ୍କ ପରିବାର, ସହାୟତା ପାଇଁ ଦାବି

ଦୁର୍ଦ୍ଦିନରେ ଅବସ୍ଥାରେ ହିମାଂଶୁଙ୍କ ପରିବାର । ସରକାରୀ ସହାୟତା ପାଇଁ ଦାବି । ଅଧିକ ପଢନ୍ତୁ...

By

Published : Jul 18, 2021, 11:36 AM IST

demanding govt compensation for himansus family
ଅସହାୟ ଅବସ୍ଥାରେ ହିମାଂଶୁଙ୍କ ପରିବାର, ସହାୟତା ପାଇଁ ଦାବି

ବୌଦ୍ଧ: ଦୁର୍ଦ୍ଦିନରେ ଗୋଟିଏ ପରିବାରର ତିନି ପ୍ରାଣୀ । ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଦୁର୍ଘଟଣା ଯୋଗୁଁ ବର୍ଷେ ହେଲା ଶଯ୍ୟା ଶାୟୀ ହୋଇ ପଡିରହିବାରୁ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ରହିଛନ୍ତି ଏହି ପରିବାର । ସୂଚନା ମୁତାବକ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ପଲସାଗୋରା ପଞ୍ଚାୟତ ଝିଙ୍କେରପାଲି ଗାଁର ହିମାଂଶୁ ବାରିକ ମୂଲଲାଗି ନିଜ ପରିବାର ପ୍ରତିପୋଷଣ କରୁଥିଲେ ।

ଅସହାୟ ଅବସ୍ଥାରେ ହିମାଂଶୁଙ୍କ ପରିବାର, ସହାୟତା ପାଇଁ ଦାବି

କିନ୍ତୁ ଗତବର୍ଷ ଏକ ଗଛରୁ ପଡି ହିମାଂଶୁଙ୍କ ଅଣ୍ଟା ଭାଙ୍ଗି ଯାଇଥିଲା । ଚିକିତ୍ସା ପାଇଁ ସେ ବୌଦ୍ଧ ସମେତ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହୋଇଥିଲା । ଯାହା କିଛି ଅର୍ଥ ସମ୍ବଳଥିଲା ସବୁ ଚିକିତ୍ସାରେ ସାରିଦେଲେ । କିନ୍ତୁ ସେ ସୁସ୍ଥ ନହେବାରୁ ସେ ଘରେ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ କାଳ କାଟୁଛନ୍ତି ।

ତେବେ ହିମାଂଶୁଙ୍କ ଦୁଃଖ ଏତିକି ରେ ସରିଯାଇନି । ହିମାଂଶୁ ଙ୍କୁ ଆଜି ପର୍ଯ୍ୟନ୍ତ ସରକାରୀ ପକ୍କା ଘର,ରାସନ କାର୍ଡ,ଭତ୍ତା କିମ୍ବା ଅନ୍ୟ କୌଣସି ସହାୟତା ମିଳିପାରି ନାହିଁ । ଫଳରେ ତାଙ୍କ ପରିବାର ଅତ୍ୟନ୍ତ କଷ୍ଟରେ ଚଳୁଛନ୍ତି । ହିମାଂଶୁଙ୍କ ଏଭଳି ଅବସ୍ଥା ସମ୍ପର୍କରେ ସ୍ଥାନୀୟ ସ୍ବେଚ୍ଛାସେବୀ ସଦାଶିବ ପାଢ଼ୀ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ । ପରେ ପ୍ରଶାସନ ପକ୍ଷରୁ ହିମାଂଶୁ ଙ୍କୁ ବୌଦ୍ଧ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯିବା ସହ ଆର୍ଥିକ ସହାୟତା ଯୋଗାଇ ଦିଆଯିବ ବୋଲି ସୂଚନା ମିଳିଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details