ଓଡିଶା

odisha

ETV Bharat / state

କଣ୍ଟାମାଳରେ ମାଳ ମାଳ ସମସ୍ୟା, ସର୍ବାଙ୍ଗୀନ ବିକାଶ ପାଇଁ ଦାବି ଜୋର ଧରିଲା - demand for hospital in Kantamal

କଣ୍ଟାମାଳ ବ୍ଲକର ସର୍ବାଙ୍ଗୀନ ବିକାଶ ପାଇଁ ଦାବି ଜୋର ଧରିଲା । ବ୍ଲକ ସଦର ମହକୁମାକୁ ଏନ୍ଏସି ଓ ସବଡିଭିଜନର ମାନ୍ୟତା ପ୍ରଦାନ ସହ ଏକ ସବଜେଲ ପ୍ରତିଷ୍ଠା କରିବା ପାଇଁ ଦାବି । ଅଧିକ ପଢନ୍ତୁ

କଣ୍ଟାମାଳ ବ୍ଲକର ସର୍ବାଙ୍ଗିନ ବିକାଶ ପାଇଁ ଦାବି ଜୋର ଧରିଲା
କଣ୍ଟାମାଳ ବ୍ଲକର ସର୍ବାଙ୍ଗିନ ବିକାଶ ପାଇଁ ଦାବି ଜୋର ଧରିଲା

By ETV Bharat Odisha Team

Published : Oct 14, 2023, 9:42 PM IST

କଣ୍ଟାମାଳ ବ୍ଲକର ସର୍ବାଙ୍ଗିନ ବିକାଶ ପାଇଁ ଦାବି ଜୋର ଧରିଲା

ବୌଦ୍ଧ:ଜିଲ୍ଲାର କଣ୍ଟାମାଳ ବ୍ଲକ ଗଠନର ଦୀର୍ଘ 60 ବର୍ଷ ବିତିଯାଇଥିଲେ ମଧ୍ୟ ଏଠାରେ ସରକାରଙ୍କ ବିକାଶର ବାର୍ତ୍ତା ଏଠାରେ ପହଞ୍ଚି ନାହିଁ । ଏହି ବ୍ଲକର ଆବଶ୍ୟକତା ମୁତାବକ ବିକାଶ ହୋଇ ପାରି ନଥିବା ସାଧାରଣରେ ଅଭିଯୋଗ ହୋଇଛି । ଏକ ନିର୍ବାଚନ ମଣ୍ଡଳୀର ମାନ୍ୟତା ପାଇଥିଲେ ମଧ୍ୟ ଦୀର୍ଘ ବର୍ଷ ହେଲା ବ୍ଲକ ସଦର ମହକୁମାକୁ ଏକ ଏନ୍ଏସିର ମାନ୍ୟତା,ସବଡିଭିଜନର ମାନ୍ୟତା ପ୍ରଦାନ କରିବା ପାଇଁ ଦାବି କରିଛନ୍ତି ଆଇନଜୀବୀ ସଂଘ ଏବଂ ବିଭିନ୍ନ ସାମାଜିତ ସଂଗଠନ ଦାବି କରିଛନ୍ତି ।

କଣ୍ଟାମାଳ ବ୍ଲକ ଏକ ନିର୍ବାଚନ ମଣ୍ଡଳୀର ମାନ୍ୟତା ପାଇଥିଲେ ମଧ୍ୟ ଏହି ଅଞ୍ଚଳରେ ରହିଛି ମାଳମାଳ ସମସ୍ୟା । ବ୍ଲକ ସଦର ମହକୁମାକୁ ପୌରାଞ୍ଚଳର ମାନ୍ୟତା ସହିତ ଉପଖଣ୍ଡର ମାନ୍ୟତା,ଉନ୍ନତ ଡାକ୍ତରଖାନା, ସବଜେଲ ଭଳି ବିଭିନ୍ନ ଦାବି ଦୀର୍ଘ ବର୍ଷ ହେଲା ଅଞ୍ଚଳବାସୀ କରିଆସୁଥିଲେ ମଧ୍ୟ ଏଥିରେ କୌଣସି ସୁଫଳ ମିଳିନଥିବା ଅଭିଯୋଗ ହୋଇଛି । ୨୪ଟି ପଞ୍ଚାୟତକୁ ନେଇ ଗଠିତ କଣ୍ଟାମାଳ ବ୍ଲକ । କଣ୍ଟାମାଳ ବ୍ଲକର ସୀମାକୁ ଲାଗିଥିବା କନ୍ଧମାଳ, କଳାହାଣ୍ଡି, ବଲାଙ୍ଗୀର, ସୋନପୁର ଭଳି ୪ ଗୋଟି ଜିଲ୍ଲାକୁ ମହାନଦୀ, ତେଲନଦୀ ଓ ଖଡଙ୍ଗ ନଦୀ ଭାଗ କରି ରଖିଛି । କଣ୍ଟାମାଳ ବ୍ଲକ ଗଠନର ଦୀର୍ଘ 60 ବର୍ଷ ବିତିଯାଇଥିଲେ ମଧ୍ୟ ବର୍ତ୍ତମାନ ମଧ୍ୟ କଣ୍ଟାମାଳ ବ୍ଲକର ଲମ୍ବସରୀ,ଉମା, ବରଗାଁ, ନାରାୟଣ ପ୍ରସାଦ, ଖୁଣ୍ଟିଗୋରା, ଖମନମୁଣ୍ଡା ଭଳି ସୀମାନ୍ତ ପଞ୍ଚାୟତର ଅନେକ ଅଞ୍ଚଳକୁ ଯୋଗାଯୋଗ ଆଜି ପର୍ଯ୍ୟନ୍ତ ସାମାନ୍ୟ ହୋଇପାରିନାହିଁ ।

ଏହା ମଧ୍ୟ ପଢନ୍ତୁ....ଜଳଛାୟା କମିଟି ବିବାଦର ସମାଧାନ ପାଇଁ ପ୍ରଶାସନର ପ୍ରଚେଷ୍ଟା

ଗତ ୨୦୦୯ ମସିହା ଠାରୁ ଏହା ଏକ ସ୍ୱତନ୍ତ୍ର ନିର୍ବାଚନ ମଣ୍ଡଳୀର ମାନ୍ୟତା ପାଇଛି । କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ଅନେକ ବିକାଶମୂଳକ କାର୍ଯ୍ୟ ସମ୍ପାଦନ ହୋଇଥିଲେ ମଧ୍ୟ ଆହୁରି ଅନେକ ଅଞ୍ଚଳରେ ବିକାଶ ଠିକରେ ପହଞ୍ଚି ପାରିନାହିଁ । ଏହା ଛଡା କଣ୍ଟାମାଳ ବ୍ଲକର ସଦର ମହକୁମା ହେବା ସହିତ ଏକ ପ୍ରମୁଖ ବ୍ୟବସାୟିକ ପେଣ୍ଠସ୍ଥଳୀ । ଏହା ଉପରେ ଦଶରୁ ଊର୍ଦ୍ଧ୍ବ ପଞ୍ଚାୟତବାସୀ ସିଧାସଳଖ ନିର୍ଭରଶୀଳ ଥିବା ବେଳେ ଏଠାରେ ଉନ୍ନତମାନର ଡାକ୍ତରଖାନାର ଆବଶ୍ୟକତା ରହିଛି । ତେଲନଦୀ କୂଳରେ ଅବସ୍ଥିତ କଣ୍ଟାମାଳର ବିଭିନ୍ନ ଅଞ୍ଚଳରେ ପାନୀୟଜଳର ସମସ୍ୟା ରହୁଥିବା ବେଳେ ଖାସ କଣ୍ଟାମାଳ ବ୍ଲକ ସଦର ମହକୁମାକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ହୋଇପାରୁ ନାହିଁ । ଏହା ସହ କଣ୍ଟାମାଳ ଠାରେ ଏକ ଜେଲ ପ୍ରତିଷ୍ଠା ରକିବା ପାଇଁ ଦାବି ହୋଇଛି ।

ଏଥିପାଇଁ ସ୍ଥାନୀୟ ବୁଦ୍ଧିଜୀବୀଙ୍କ,କଣ୍ଟାମାଳ ବାର ଆସୋସିଏସନ୍, ନାଗରିକ ମଞ୍ଚ ଏବଂ ବ୍ଲକ ଅଧ୍ୟକ୍ଷଙ୍କ ପକ୍ଷରୁ ବାରମ୍ବାର ଦାବି କରାଯାଉଥିଲେ ମଧ୍ୟ କୌଣସି ସୁଫଳ ମିଳୁ ନାହିଁ । ତୁରନ୍ତ ଏନେଇ ଜିଲ୍ଲା ପ୍ରଶାସନ ସ୍ୱତନ୍ତ୍ର ଦୃଷ୍ଟି ଦେବା ପାଇଁ ଦାବି ହୋଇଛି ।

ଇଟିଭି ଭାରତ,ବୌଦ୍ଧ

ABOUT THE AUTHOR

...view details