ଓଡିଶା

odisha

ETV Bharat / state

ଧୁମଧାମରେ ସରିଲା ଶିବ-ପାର୍ବତୀ ବିବାହ

ଗତ ଶନିବାର ରାତିରେ ବରପକ୍ଷ  ଏବଂ କନ୍ୟାପକ୍ଷଙ୍କ ଉପସ୍ଥିତିରେ ଦେବ ଦମ୍ପତିଙ୍କ ବିବାହ ଉତ୍ସବ ସମାପନ ହୋଇଛି ।

By

Published : Jun 9, 2019, 9:48 AM IST

ଫଟୋ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ବୌଦ୍ଧ: ସରିଲା ଦେବ ଦମ୍ପତିଙ୍କ ବିବାହ ଉତ୍ସବ । ଗତ ଶନିବାର ରାତିରେ ବରପକ୍ଷ ଏବଂ କନ୍ୟାପକ୍ଷଙ୍କ ଉପସ୍ଥିତିରେ ଦେବ ଦମ୍ପତିଙ୍କ ବିବାହ ଉତ୍ସବ ସମାପନ ହୋଇଛି ।

ସୂଚନା ଅନୁଯାୟୀ, ଗତ ଶୁକ୍ରବାର ରାତିରେ ମର୍ତ୍ତ୍ୟରେ ମାନବୀୟ ରୀତିରେ ମାତା ପାର୍ବତୀଙ୍କୁ ବର ସାଜିଥିବା ମହେଶ୍ବର ବିବାହ କରିଥିଲେ । ଏହାପରେ ଶନିବାର ଶୁଭଲଗ୍ନ ଦେଖି କନ୍ୟା ପାର୍ବତୀ ଏବଂ ବର ମହେଶ୍ବରଙ୍କ ଉଭୟ ପକ୍ଷର ହଜାର ହଜାର ଶ୍ରଦ୍ଧାଳୁ ଏକ ବିରାଟ ପଟୁଆରରେ ଦେବଦମ୍ପତିଙ୍କୁ ନଗର ପରିକ୍ରମା କରିଥିଲେ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ଏହାପରେ ବରଘର ମାତଙ୍ଗେଶ୍ବର ମନ୍ଦିରରେ ବିରାଜମାନ କରିଥିଲେ । ଏଥିସହ ଶନିବାର ରାତିରେ ମାତଙ୍ଗେଶ୍ବର ବାବା ଗୃହ ପ୍ରତ୍ୟାବର୍ତ୍ତନ କରିଥିଲେ । ଏପଟେ ବିବାହ ସମ୍ପନ ପରେ ଏକ ବିରାଟ ପଟୁଆରରେ ହଜାର ହଜାର ଭକ୍ତଙ୍କ ଗହଣରେ ବୌଦ୍ଧ ନଗର ପରିକ୍ରମା ପରେ ଦେବ ଦମ୍ପତି ମହାନଦୀ କୂଳରେ ଅବସ୍ଥିତ ମାତଙ୍ଗେଶ୍ବର ମନ୍ଦିରକୁ ବିଜେ କରିଛନ୍ତି । ତେଣୁ ଦେବଦମ୍ପତିଙ୍କ ଏହି ଦର୍ଶନ ପାଇଁ ଆବାଳ ବୃଦ୍ଧ ବନୀତାଙ୍କ ସହ ବହୁ ଲୋକଙ୍କ ଭିଡ ଦେଖିବାକୁ ମିଳିଥିଲା ।


ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ

ABOUT THE AUTHOR

...view details