ଓଡିଶା

odisha

By

Published : Nov 1, 2020, 10:12 AM IST

ETV Bharat / state

କୋରୋନା ଯୁଦ୍ଧରେ ହାରିଗଲେ କୋରୋନା ଯୋଦ୍ଧା

ବୌଦ୍ଧ ଜିଲ୍ଲାରେ କେରାେନା ସହ ଯୁଦ୍ଧ କରି ହାରି ଯାଇଛନ୍ତି ଜଣେ କୋରୋନା ଯୋଦ୍ଧା । କେରୋନାରେ ଆକ୍ରାନ୍ତଙ୍କ ସେବା କରୁ କରୁ ଆଖିବୁଜିଛନ୍ତି ଡାକ୍ତର ବିଶ୍ବନାଥ ରାଉତ । ଅଧିକ ପଢନ୍ତୁ...

କୋରୋନାରେ ହାରିଗଲେ କୋରୋନା ଯୋଦ୍ଧା
କୋରୋନାରେ ହାରିଗଲେ କୋରୋନା ଯୋଦ୍ଧା

ବୌଦ୍ଧ: କୋରୋନା ମହାମାରୀ ସହ ଲଢି ହାରିଯାଇଛନ୍ତି ଜଣେ କେରୋନା ଯୋଦ୍ଧା । ବୌଦ୍ଧ ଜିଲ୍ଲା କୋଭିଡ ଡାକ୍ତରଖାନା ପରିଚାଳନା ଦାୟିତ୍ବରେ ଥିବା ଜଣେ ଡାକ୍ତର କେରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଛନ୍ତି । ବୌଦ୍ଧ ଜିିଲ୍ଲାରେ ଶୋକର ଛାୟା ଖେଳିଯାଇଛି ।

କୋରୋନା ଯୁଦ୍ଧରେ ହାରିଗଲେ କୋରୋନା ଯୋଦ୍ଧା

କୋରୋନା ଦିନକୁ ଦିନ ତାର ପ୍ରକୋପ ବଢାଇବାରେ ଲାଗିଛି । କୋରୋନା ତାର କାୟା ବିସ୍ତାର କରିବା ଦିନଠୁ ରାଜ୍ୟର ସବୁ ଡାକ୍ତର କୋରୋନା ଆକ୍ରାନ୍ତଙ୍କ ଚିକିତ୍ସାରେ ଲାଗି ପଡିଥିଲେ । ବୌଦ୍ଧ ଜିଲ୍ଲାରେ କୋରୋନା ଆକ୍ରାନ୍ତ ୨୬୦୦ ମୁହାଁ ହୋଇଥିବା ବେଳେ ପ୍ରତ୍ୟେକ ଦିନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ବୌଦ୍ଧ ମୁଖ୍ୟ ଡାକ୍ତରଖାନାରେ ଶିଶୁ ବିଶେଷଜ୍ଞ ଡାକ୍ତର ବିଶ୍ବନାଥ ରାଉତ ବୌଦ୍ଧସ୍ଥିତ କୋଭିଡ ହେଲଥ ସେଣ୍ଟରର ପରିଚାଳନା ଦାୟିତ୍ବରେ ରହିଥିଲେ ।

ତେବେ ଗତ କିଛି ଦିନ ତଳେ ସେ କରୋନାରେ ଆକ୍ରାନ୍ତ ହୋଇ ଗୁରୁତର ହୋଇପଡିବାରୁ ତାଙ୍କୁ ଭୁବନେଶ୍ବର ଚିକିତ୍ସା ପାଇଁ ପଠାଯାଇଥିଲା । ସେଠାରେ ମଧ୍ୟ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥାରେ ଉନ୍ନତି ନହେବାରୁ ତାଙ୍କୁ ହାଇଦ୍ରାବାଦ ଚିକିତ୍ସା ପାଇଁ ନିଆଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଶନିବାରେ ତାଙ୍କର ଅକାଳ ମୃତ୍ୟୁ ହୋଇଛି । ତାଙ୍କ ମୃତ୍ୟୁ ଖବର ମିଳିବା ପରେ ବୌଦ୍ଧ ସମେତ ତାଙ୍କ ନିଜ ସହର ତାଳଚେରରେ ଶୋକର ଛାୟା ଖେଳିଯାଇଛି ।

ଶନିବାର ସଂନ୍ଧ୍ୟାରେ ବୌଦ୍ଧ ସ୍ବାସ୍ଥ୍ୟ ବିଭାଗର ଡାକ୍ତର ଓ କର୍ମଚାରୀଙ୍କ ସହିତ କୋଭିଡ ହେଲଥ ସେଣ୍ଟରର ନର୍ସ ଓ କର୍ମଚାରୀ ସ୍ବର୍ଗତ ଆତ୍ମା ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ ସହ ଏକ କ୍ୟାଣ୍ଡେଲ ରାଲି କରି ବୌଦ୍ଧ ସହର ପରିକ୍ରମା କରିଥିଲେ । ଜିଲ୍ଲା ବିଜେପି ପକ୍ଷରୁ ମଧ୍ୟ ସ୍ବର୍ଗତ କୋରୋନା ଯୋଦ୍ଧାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ଏହା ସହ ଡାକ୍ତରଙ୍କ ସହକର୍ମୀମାନେ ତାଙ୍କ ବାସଭବନକୁ ଯାଇ ପରିବାର ଲୋକଙ୍କୁ ସମବେଦନା ଜଣାଇଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ

ABOUT THE AUTHOR

...view details