ବୌଦ୍ଧ: ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ ଶ୍ରମିକ ଓ ଦାଦନ ସମସ୍ୟା ନେଇ ଗଭୀର ଉଦବେଗ । ବୌଦ୍ଧ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ ଦାଦନ ସମସ୍ୟା ଓ ଦଲାଲରାଜ ସମ୍ପର୍କରେ ଉଦବେଗ ପ୍ରକାଶ ପାଇବା ସହ ଏନେଇ କଡା ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି ଜିଲ୍ଲାପାଳ ।
ବାଉଁଶୁଣୀ ପଞ୍ଚାୟତ ସହ ପଡୋଶୀ ଅନ୍ୟ ପ୍ରାୟ ଦଶଟି ପଞ୍ଚାୟତର ଅନେକ ଯୁବକ ବାହାର ରାଜ୍ୟରେ ଦାଦନ ଖଟୁଥିବାରୁ ସେମାନଙ୍କ ସୁରକ୍ଷା, ପ୍ରାପ୍ୟ ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ପାଇଁ ଶ୍ରମ ବିଭାଗ ସହାୟତା ନେବାକୁ ଜିଲ୍ଲାପାଳ ଆହ୍ବାନ ଦେଇଥିଲେ । ଏହା ସହିତ ଶ୍ରମ କାର୍ଯ୍ୟାଳୟ ଓ ଅନ୍ୟ ସରକାରୀ କାର୍ଯ୍ୟାଳୟରେ ଦଲାଲ ମୁକ୍ତ ନିମନ୍ତେ ରାଜ୍ୟ ସରକାର ଯେଉଁ ପଦକ୍ଷେପ ଗ୍ରହଣ କରିଛନ୍ତି ତାକୁ କାମରେ ପରିଣତ କରିବାକୁ ମଧ୍ୟ ଜିଲ୍ଲାପାଳ ଆହ୍ବାନ ଦେଇଥିଲେ ।