ବୌଦ୍ଧ: ଆଜି 'ଜାତୀୟ କ୍ରୀଡା ଦିବସ'(National Sports Day) । ହକି ଯାଦୁଗର ମେଜର ଧ୍ୟାନଚାନ୍ଦ(MajorDhyan Chand)ଙ୍କ ସ୍ମୃତିରେ ତାଙ୍କ ଜନ୍ମ ତିଥିକୁ 'ଜାତୀୟ କ୍ରୀଡା ଦିବସ' ଭାବେ ପାଳନ କରୁଛି ଦେଶ । ମଣିଷ ଜୀବନରେ ଖେଳର ଗୁରୁତ୍ବ ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ପ୍ରତିବର୍ଷ ଏହି ଦିବସ ପଳନ କରାଯାଏ । ତେବେ ସଚେତନ କରାଯିବା ନେଇ ଅନେକ ସ୍ଥାନରେ ବିଭିନ୍ନ କାର୍ଯ୍ୟକେରମର ଆୟୋଜନ ମଧ୍ୟ କରାଯାଇଛି । ଏହି କ୍ରମରେ ବୌଦ୍ଧ ଜିଲ୍ଲାରେ ମଧ୍ୟ ଜାତୀୟ କ୍ରୀଡା ଦିବସ ପାଳିତ ହୋଇଯାଇଛି ।
ଜିଲ୍ଲା ମାରଓ୍ବାଡି ଯୁବା ମଞ୍ଚ ପକ୍ଷରୁ ସାଇକ୍ଲୋଥନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ସ୍ଥାନୀୟ ଅଗ୍ରୱାଲ ଭବନଠାରୁ ଶତାଧିକ ଛାତ୍ରଛାତ୍ରୀ ସାଇକେଲ ଯୋଗେ ଆଇଆରବି ପଡିଆ ପର୍ଯ୍ୟନ୍ତ ଯାତ୍ରା କରିବା ସହିତ ସ୍ବାସ୍ଥ୍ୟ ହିଁ ସମ୍ପଦର ବାର୍ତ୍ତାକୁ ପ୍ରଚାର କରିଥିଲେ । ଜିଲ୍ଲା ପ୍ରଶାସନ କ୍ରୀଡା ଦିବସରେ ହକି ଯାଦୁକର ଧ୍ୟାନଚାନ୍ଦଙ୍କ ସ୍ମୃତି ଉଦ୍ଦେଶ୍ୟରେ ରାଲିର ଆୟୋଜନ କରିଥିଲା । ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁ, ଅତିରିକ୍ତ ଜିଲ୍ଲାପାଳ ବବିତା ରାଣୀ ଦଳବେହେରା, ପିଡି ଅଶ୍ବିନୀ ମେହେର ପ୍ରମୁଖ ଏହି ରାଲିରେ ଉପସ୍ଥିତ ରହି ଛାତ୍ରଛାତ୍ରୀ ଓ ଖେଳାଳୀଙ୍କୁ ଉତ୍ସାହିତ କରିଥିଲେ । ସେହିପରି ଆଜି ଫୁଟବଲ ଖେଳର ଆୟୋଜନ କରାଯାଇଛି ।