ବୌଦ୍ଧ: ବର୍ଷା ଋତୁର ଆଗମନ ହୋଇଛି । ଆଉ ଚାଷକାମ ମଧ୍ୟ ଆରମ୍ଭ ହୋଇଛି। କିନ୍ତୁ କୌଣସି ଜମିରେ ନୁହେଁ । ବଂର ରାସ୍ତାରେ ହେଉଛି ଧାନ ରୁଆ। ବ୍ଲକକୁ ସଂଯୋଗ କରୁଥିବା ରାସ୍ତାରେ ଅଞ୍ଚଳବାସୀ ରୋପଣ କରିଛନ୍ତି ଧାନ । ରାସ୍ତା ଏଭଳି ହୋଇଛି ଯେ ଅଞ୍ଚଳବାସୀ ପ୍ରଶାସନ ପାଖରେ ବାରମ୍ବାର ଗୁହାରୀ କରି ବିଫଳ ହେବାପରେ ରାସ୍ତାରେ ଲଗାଇଛନ୍ତି ଧାନ ତଳି ।
ଏହି ଦୃଶ୍ୟ ହେଉଛି ବୌଦ୍ଧ ବ୍ଲକ ଓ ଡିଆରଡିଏ ଠାରୁ ମାତ୍ର ଏକ କିମି ଦୂର ଡାଙ୍ଗପଡା ଗାଁର । ମୁର୍ଷୁଣ୍ଢି ଠାରୁ ଈଛାପୁର ଛକ ପର୍ଯ୍ୟନ୍ତ ଥିବା ପ୍ରାୟ ତିନି କିଲୋମିଟର ରାସ୍ତା ଉପରେ ପ୍ରାୟ ଦଶ ଖଣ୍ଡ ପଞ୍ଚାୟତବାସୀ ନିର୍ଭରଶୀଳ । କେବଳ ସାଧାରଣ ଲୋକ ନୁହେଁ, ବିଭିନ୍ନ ସରକାରୀ ଅଧିକାରୀ, ନେତା, ବୁଦ୍ଧିଜୀବୀ ସମସ୍ତେ ପ୍ରାୟ ଏହି ରାସ୍ତା ଦେଇ ଯାତାୟାତ କରିଥାନ୍ତି । କିନ୍ତୁ ବର୍ଷା ଦିନେ ଏହି ରାସ୍ତାରେ ଦେଇ ଚାଲିକି ଯିବା ବି ମୁସ୍କିଲ ହୋଇପଡୁଛି । ଫଳରେ ଗ୍ରାମବାସୀ, ଛାତ୍ରଛାତ୍ରୀ ଯାତାୟତରେ ଘୋର ଅସୁବିଧାର ସମ୍ମୁଖୀନ ହେବାସହ ଗାଁକୁ ଆମ୍ବୁଲାନ୍ସ ବି ଆସିପାରୁନି ।