ବୌଦ୍ଧ: ମହାନଦୀରେ କୁମ୍ଭୀର ଆତଙ୍କ ।ବୌଦ୍ଧ ପୌରାଞ୍ଚଳ ନିକଟ ମହାନଦୀ ପଠାରେ କୁମ୍ଭୀରଙ୍କ ଗତିବିଧି ନଜରକୁ ଆସିଛି । ଫଳରେ ଦ୍ବୀପାଞ୍ଚଳବାସୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି । କୁମ୍ଭୀର ସମ୍ପର୍କରେ ସୂଚନା ପାଇ ବନ ବିଭାଗର କର୍ମଚାରୀମାନେ କୁମ୍ଭୀରଙ୍କ ଗତିବିଧି ଉପରେ ନଜର ରଖିଥିବା ସୂଚନା ମିଳିଛି । ସାତକୋଶିଆ ଗଣ୍ଡରୁ ଏହି ସବୁ କୁମ୍ଭୀର ଚାଲିଆସିଥିବା ଜଣାପଡିଛି । ମହାନଦୀରେ ଜଳସ୍ତର ହ୍ରାସ ପାଇବାପରେ ଜିଲ୍ଲାର ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା ଟଳିଛି । କିନ୍ତୁ ବର୍ତ୍ତମାନ ମଧ୍ୟ ଅନେକ ସ୍ଥାନରେ ବନ୍ୟାଜଳ ଯୋଗୁଁ ହଜାର ହଜାର ଏକର ଚାଷଜମି ବ୍ୟାପକ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି ।
ଏଭଳି ସମୟରେ ମହାନଦୀ କୂଳରେ କୁମ୍ଭୀରଙ୍କ ଚଳପ୍ରଚଳ ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । ବୌଦ୍ଧ ପୌରାଞ୍ଚଳର ମର୍ଜାକୁଦ ଦ୍ବୀପାଞ୍ଚଳର ଉଭୟ ପାର୍ଶ୍ବରେ ମହାନଦୀ ପ୍ରବାହିତ ହେଉଥିବା ବେଳେ ପ୍ରତ୍ୟେକ ବର୍ଷ ମହାନଦୀରେ ବନ୍ୟାଜଳ ଆସିଲେ ତଳ ମୁଣ୍ଡରେ ଥିବା ସାତକୋଶିଆର ଟିକରପଡା କୁମ୍ଭୀର ପ୍ରଜନନ କେନ୍ଦ୍ରରୁ କୁମ୍ଭୀରମାନେ ଉପରକୁ ଉଠି ଆସିଥାନ୍ତି । ଯାହାଫଳରେ ମର୍ଜାକୁଦ ଦ୍ବୀପାଞ୍ଚଳର ମହାନଦୀର ଗୋଟିଏ ପଟରେ ୧୦ ଫୁଟରୁ ଅଧିକ ଲମ୍ବର ଏକ ଘଡିଆଳ କୁମ୍ଭୀର ଦେଖିବାକୁ ମିଳିଥିବା ବେଳେ ଅନ୍ୟ ସ୍ରୋତରେ ଗୋମୁହାଁ କୁମ୍ଭୀର ଥିବା ଜଣାପଡିଛି ।ପରେ ମର୍ଜାକୁଦ ଅଞ୍ଚଶରେ ଏକ ଭୟର ବାତାବରଣ ସୃଷ୍ଟି ହୋଇଇଛି ।
ଅଧିକ ପଢନ୍ତୁ...କେନ୍ଦ୍ରାପଡାରେ ଥମୁନି କୁମ୍ଭୀର ଆତଙ୍କ, ଘର ପଛପଟୁ ବଉଳା କୁମ୍ଭୀର ଉଦ୍ଧାର