ଓଡିଶା

odisha

ETV Bharat / state

ବୌଦ୍ଧ ଜିଲ୍ଲା ଜାତୀୟ ସ୍ବାସ୍ଥ୍ୟ ମିଶନରେ ଦୁର୍ନୀତି ଅଭିଯୋଗ - ବୌଦ୍ଧ ଜିଲ୍ଲା ଜାତୀୟ ସ୍ବାସ୍ଥ୍ୟ ମିଶନରେ ଦୁର୍ନୀତି ଅଭିଯୋଗ

ବୌଦ୍ଧ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗରେ ଦୁର୍ନୀତି ଅଭିଯୋଗ । ଜିଲ୍ଲାର ଜାତୀୟ ସ୍ବାସ୍ଥ୍ୟ ମିଶନରେ ବ୍ୟାପକ ଦୁର୍ନୀତିର ତଦନ୍ତ ପାଇଁ ଦାବି ହୋଇଛି । ଅଧିକ ପଢନ୍ତୁ...

Boudh District National Rural Health Mission
ବୌଦ୍ଧ ଜିଲ୍ଲା ଜାତୀୟ ସ୍ବାସ୍ଥ୍ୟ ମିଶନରେ ଦୁର୍ନୀତି ଅଭିଯୋଗ

By

Published : Oct 1, 2021, 10:18 PM IST

ବୌଦ୍ଧ:ବୌଦ୍ଧ ଜିଲ୍ଲା ଜାତୀୟ ସ୍ବାସ୍ଥ୍ୟ ମିଶନରେ ଦୁର୍ନୀତି ଅଭିଯୋଗ । ବୌଦ୍ଧ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗରେ ବିଭିନ୍ନ କାରଣରୁ ଉତ୍ତେଜନା ଧୀରେ ଧୀରେ ମାରପିଟ ଆଡକୁ ଗତି କରିବା ପରେ ଜିଲ୍ଲା ଜାତୀୟ ସ୍ବାସ୍ଥ୍ୟ ମିଶନରେ ବ୍ୟାପକ ଦୁର୍ନୀତିର ତଦନ୍ତ ପାଇଁ ଦାବି ହୋଇଛି । ପରିସ୍ଥିତି ସମ୍ପର୍କରେ ସିଡିଏମଓ ସୂଚନା ପ୍ରଦାନ କରିଛି ।

ବୌଦ୍ଧ ଜିଲ୍ଲା ଜାତୀୟ ସ୍ବାସ୍ଥ୍ୟ ମିଶନରେ ଦୁର୍ନୀତି ଅଭିଯୋଗ

ଜିଲ୍ଲା ସ୍ବାସ୍ଥ୍ୟ ବିଭାଗରେ ଅନ୍ତର୍ଦ୍ବନ୍ଦ ଧୀରେ ଧୀରେ ଉଗ୍ର ରୂପ ଧାରଣ କରୁଛି । ବୌଦ୍ଧ ଜିଲ୍ଲାର ଜାତୀୟ ସ୍ବାସ୍ଥ୍ୟ ମିଶନରେ ବିଭିନ୍ନ ଦୁର୍ନୀତି ନେଇ ଦୁଇ ଅଧିକାରୀଙ୍କ ମଧ୍ୟରେ ଉତ୍ତେଜନା ଲାଗିରହୁଥିଲା । ଗତ ସପ୍ତାହରେ ଏହି ଉତ୍ତେଜନା ମାରପିଟରେ ରୂପାନ୍ତରିତ ହୋଇଥିଲା । ତେବେ ଏନଆରଏଚଏମରେ ବ୍ୟାପକ ଦୁର୍ନୀତି ହେଉଥିବା ଅଭିଯୋଗରେ ଏହାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବି ହୋଇଛି । ଘଟଣା ସମ୍ପର୍କରେ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଇଟିଭି ଭାରତକୁ ସୂଚନା ଦେବା ସହ ଦୁଇ ପକ୍ଷଙ୍କୁ ବୁଝାଇଥିବା କହିଛନ୍ତି ।

ସେହିପରି ଜିଲ୍ଲା କୋଭିଡ ସେଣ୍ଟର ବନ୍ଦ ହେବା ନେଇ ପୁଣିଥରେ ଦ୍ବନ୍ଦ ସୃଷ୍ଟି ହୋଇଛି । ସେପଟେ ଆଜି ବିଶ୍ବ ବରିଷ୍ଠ ନାଗରିକ ଦିବସ ଅବସରରେ ବୌଦ୍ଧ ଡାକ୍ତରଖାନା ପରିସରରେ ଅନେକ ବୃଦ୍ଧ ବୃଦ୍ଧାଙ୍କୁ ସମ୍ମାନିତ କରାଯାଇଥିଲା ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details