ବୌଦ୍ଧ: କୋରୋନାକୁ ସଂକ୍ରମଣରୁ ବଞ୍ଚିବା ପାଇଁ କାଢା ବ୍ୟବହାର କରିବାକୁ ପରାମର୍ଶ ଦେଉଛନ୍ତି ସ୍ବେଚ୍ଛାସେବୀ । ବୌଦ୍ଧ ଜିଲ୍ଲାର କେତେକ ସଙ୍ଗଠନ ପକ୍ଷରୁ ଏହି କାଢାକୁ ପ୍ରସ୍ତୁତ କରାଯାଇ ବିଭିନ୍ନ ସ୍ଥାନରେ ଲୋକଙ୍କୁ ପିଇବାକୁ ଦିଆଯାଇଛି । ବିଭିନ୍ନ ଔଷଧୀୟ ସାମଗ୍ରୀରୁ ପ୍ରସ୍ତୁତ ଏହି କାଢା ପିଇବାକୁ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି ।
କୋରୋନାରୁ ମୁକ୍ତି ପାଇଁ କାଢା ପିଇବାକୁ ପରାମର୍ଶ ଦେଉଛନ୍ତି ସ୍ବେଚ୍ଛାସେବୀ - କୋରୋନା
ବୌଦ୍ଧ ଜିଲ୍ଲାର କେତେକ ସଙ୍ଗଠନ ପକ୍ଷରୁ ଏହି କାଢାକୁ ପ୍ରସ୍ତୁତ କରାଯାଇ ବିଭିନ୍ନ ସ୍ଥାନରେ ଲୋକଙ୍କୁ ପିଇବାକୁ ଦିଆଯାଇଛି । ବିଭିନ୍ନ ଔଷଧୀୟ ସାମଗ୍ରୀରୁ ପ୍ରସ୍ତୁତ ଏହି କାଢା ପିଇବାକୁ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି ।
କୋରୋନାରୁ ବଞ୍ଚିବା ପାଇଁ କାଢା ପିଇବାକୁ ପରାମର୍ଶ ଦେଉଛନ୍ତି ସ୍ବେଚ୍ଛାସେବୀ
କେନ୍ଦ୍ର ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ମଧ୍ୟ ଏହି କାଢାକୁ ସ୍ବୀକୃତି ପ୍ରଦାନ କରାଯାଇଛି । ରୋଗ ପ୍ରତିଷେଧକ ଶକ୍ତି ବୃଦ୍ଧି ସହିତ କୋରୋନା ପାଇଁ ମଧ୍ୟ ଏହା ଉପକାରୀ ବୋଲି କୁହାଯାଇଛି । ଗୁଳୁଚି, ତୁଳସୀ, ହଳଦୀ, ଗୁଡ, ଗୋଲମରିଚ ଭଳି ବିଭିନ୍ନ ଔଷଧୀୟ ସାମଗ୍ରୀରୁ ପ୍ରସ୍ତୁତ ଏହି କାଢା ପିଇବାକୁ ଲୋକଙ୍କ ଭିତରେ ମଧ୍ୟ ବେଶ ଉତ୍ସାହ ଦେଖିବାକୁ ମିଳିଛି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ