ଓଡିଶା

odisha

ETV Bharat / state

ବୌଦ୍ଧରେ ସରିଲା ସମବାୟ ସମିତି ନିର୍ବାଚନ - ବୌଦ୍ଧ ସମବାୟ ସମିତି ନିର୍ବାଚନ

ବୌଦ୍ଧ ଜିଲ୍ଲାର ସମସ୍ତ ସମବାୟ ସମିତିରେ ଶାନ୍ତି ଶୃଙ୍ଖଳାର ସହିତ ନିର୍ବାଚନ ଶେଷ ହୋଇଛି । ନିର୍ବାଚନ ବାତିଲ ରହିଥିବା ବିଳାସପୁର ସମିତି ଏବଂ ବହିରା ସମିତିରେ ଆଜି(ବୁଧବାର) ନିର୍ବାଚନ ସରିବା ପରେ ନିର୍ବାଚିତ ସଭାପତି ଓ ଡାଇରେକ୍ଟର ମାନେ ଦାୟିତ୍ବ ଗ୍ରହଣ କରିଛନ୍ତି । ଅଧିକ ପଢ଼ନ୍ତୁ

ବୌଦ୍ଧରେ ସରିଲା ସମବାୟ ସମିତି ନିର୍ବାଚନ
ବୌଦ୍ଧରେ ସରିଲା ସମବାୟ ସମିତି ନିର୍ବାଚନ

By

Published : Jun 29, 2022, 9:01 PM IST

ବୌଦ୍ଧ: ଜିଲ୍ଲାରେ ଶାନ୍ତି ଶୃଙ୍ଖଳାର ସହିତ ସରିଲା ସମବାୟ ନିର୍ବାଚନ । ବିଳାସପୁର ସମିତି ଓ ବହିରା ସମିତିରେ ସ୍ଥଗିତ ରହିଥିବା ନିର୍ବାଚନ ଆଜି ଶାନ୍ତିପୂର୍ଣ୍ଣ ଭାବେ ସରିଛି । ସମସ୍ତ ୪୨ଟି ପ୍ୟାକ୍ସରେ ୨ଟି ପର୍ଯ୍ୟାୟରେ ନିର୍ବାଚନ ସରିଥିବା ବେଳେ ନିର୍ବାଚିତ ସଭାପତି ଓ ଡାଇରେକ୍ଟର ମାନେ ଦାୟିତ୍ବ ଗ୍ରହଣ କରିଛନ୍ତି ।

ବୌଦ୍ଧରେ ସରିଲା ସମବାୟ ସମିତି ନିର୍ବାଚନ

ବୌଦ୍ଧ ସମବାୟ ନିବନ୍ଧକ ସମୂହ ଅଧିନରେ ୧୫୦ ସମବାୟ ସମିତି ରହିଥିବା ବେଳେ ସମସ୍ତଙ୍କ ନଜର ବିଶେଷ ଭାବରେ ପ୍ୟାକ୍ସ, ଲ୍ୟାମ୍ପ ଓ ତନ୍ତୁବାୟ ସମିତି ଉପରେ ରହିଥିଲା । ଜିଲ୍ଲାରେ ଥିବା ୪୨ ପ୍ୟାକ୍ସ ମଧ୍ୟରୁ ୨୧ ସମିତିରେ ନିର୍ଦ୍ବନ୍ଦରେ ସଭାପତି ଓ ପନ୍ଦର ଜଣ ଲେଖାଏଁ ଡାଇରେକ୍ଟର ନିର୍ବାଚିତ ହୋଇଥିବା ବେଳେ ଅନ୍ୟ ୨୧ ସମିତି ନିର୍ବାଚନରେ କଡା ମୁକାବିଲା ଦେଖିବାକୁ ମିଳିଥିଲା । ତେବେ ମନମୁଣ୍ଡା ଥାନା ଅନ୍ତର୍ଗତ ବିଳାସପୁର ସମିତିରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟି ନିର୍ବାଚନ ବାତିଲ ରହିଥିଲା । ସେହିପରି ବହିରା ସମିତିର ନିର୍ବାଚନରେ ତିନି ଜଣ ପ୍ରାର୍ଥୀ ଥିବା ବେଳେ ବାଲାଟ ପେପରରେ ଦୁଇଟି ଚିହ୍ନ ରହିବା କାରଣରୁ ନିର୍ବାଚନକୁ ସ୍ଥଗିତ ରଖାଯାଇଥିଲା । ଏହି ୨ ଜୋନରେ ଆଜି(ବୁଧବାର) ପୁନଃ ନିର୍ବାଚନ ହୋଇଥିଲା ।

ଇଟିଭି ଭାରତ, ବୌଦ୍ଧ

ABOUT THE AUTHOR

...view details