ବୌଦ୍ଧ: ଓଡ଼ିଶାରେ ଚାଲିଛି ପୁରୁଷ ହକି ବିଶ୍ବକପ । ଉଭୟ ଭୁବନେଶ୍ବର ଏବଂ ରାଉରକେଲାରେ ହକି ମହାକୁମ୍ଭ ଜାରି ରହିଛି । ଚଳିତ ବର୍ଷ ଦ୍ବିତୀୟ ଥର ପାଇଁ ଓଡ଼ିଶା ହକି ବିଶ୍ବକପ ଆୟୋଜନ କରୁଥିବାରୁ ସାରା ଉତ୍ସବ ଖେଳିଯାଇଛି । ରାଜ୍ୟର ସମସ୍ତ ଜିଲ୍ଲାରେ ହକି ଉତ୍ସବ ପାଳନ ହେଉଛି । ଏହି କ୍ରମରେ ବୌଦ୍ଧ ଜିଲ୍ଲାରେ ଗତ 12 ତାରିଖରୁ ଅନୁଷ୍ଠିତ ହୋଇଥିବା ବୟନ ଶିଳ୍ପର ପ୍ରଦର୍ଶନୀ ଉଦଯାପିତ ହୋଇଯାଇଛି ।
ଏହା ମଧ୍ୟ ପଢ଼ନ୍ତୁ:ଫେବୃଆରୀ ପହିଲାରୁ ଯୁକ୍ତ ଦୁଇ ପ୍ରାକ୍ଟିକାଲ ପରୀକ୍ଷା, ୨୯ ସୁଦ୍ଧା ପହଞ୍ଚିବ ପରୀକ୍ଷା ମାଟେରିଆଲ୍ସ
ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ହକି ବିଶ୍ବକପକୁ ନେଇ ଜାରି ରହିଛି ଉତ୍ସବ । ଏହା ମାଧ୍ୟମରେ ପାରମ୍ପରିକ ଲୋକକଳା, ବାଦ୍ୟନୃତ୍ୟ ଆଦିକୁ ଜୀବିତ ରଖିବା ଲାଗି ଜିଲ୍ଲା ପ୍ରଶାସନ ପ୍ରୟାସ ଆରମ୍ଭ କରିଛି । ସ୍ଥାନୀୟ ପାରମ୍ପରିକ ଲୋକକଳାକୁ ବଞ୍ଚାଇ ରଖିବାକୁ ଭରପୁର ଉଦ୍ୟମ କରାଯାଉଛି । ଚଳିତ ଥର ପ୍ରଥମ ଥର ପାଇଁ ବୟନ ଶିଳ୍ପ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା । ଗତ 12 ତାରିଖରୁ ଆରମ୍ଭ ହୋଇଥିବା ଏହି ବୟନ ଶିଳ୍ପ ପ୍ରଦର୍ଶନୀ ଶନିବାର ଦିନ ଉଦଯାପିତ ହୋଇଛି । ଏଥିରେ ଦେଶର ବିଭିନ୍ନ ପ୍ରାନ୍ତରୁ ବଛା ବଛା ବାନ୍ଧ ବ୍ୟବସାୟୀ ଭାଗ ନେଇଥିଲେ । ନିଜର ଉତ୍କୃଷ୍ଟ ସାମଗ୍ରୀ ପ୍ରଦର୍ଶନ କରି ଭଲ ବ୍ୟବସାୟ କରିଛନ୍ତି ବ୍ୟବସାୟୀ ।