ଓଡିଶା

odisha

ETV Bharat / state

ଜାଗା ମିଶନରେ ବି ଧୋକ୍କା! ବୌଦ୍ଧରେ ପ୍ରକୃତ ହିତାଧିକାରୀଙ୍କୁ ମିଳୁନାହିଁ ଲାଭ - ଜାଗା ମିଶନ

ଦୀର୍ଘ ବର୍ଷ ଧରି ବସ୍ତିରେ ବସବାସ କରୁଥିବା ଜମି ଭୂମି ହୀନ ପରିବାର ପାଇଁ ସରକାର ଜାଗା ମିଶନ ମାଧ୍ୟମରେ ଘରଡିହ ପଟ୍ଟା ପ୍ରଦାନ କରୁଛନ୍ତି । କିନ୍ତୁ ଏହି କଲ୍ୟାଣକାରୀ ଯୋଜନାରେ ମଧ୍ୟ ପାତର ଅନ୍ତର ହେଉଥିବା ଅଭିଯୋଗ ହୋଇଛି ବୌଦ୍ଧ ଜିଲ୍ଲାରେ । ଅଧିକ ପଢନ୍ତୁ...

ଜାଗା ମିଶନ
ଜାଗା ମିଶନ

By

Published : Nov 2, 2021, 7:23 PM IST

ବୌଦ୍ଧ:ଦୀର୍ଘ ବର୍ଷ ଧରି ବସ୍ତିରେ ବସବାସ କରୁଥିବା ଜମି ଭୂମି ହୀନ ପରିବାର ପାଇଁ ସରକାର ଜାଗା ମିଶନ ମାଧ୍ୟମରେ ଘରଡିହର ପଟ୍ଟା ପ୍ରଦାନ କରୁଛନ୍ତି । କିନ୍ତୁ ଏହି କଲ୍ୟାଣକାରୀ ଯୋଜନାରେ ମଧ୍ୟ ପାତର ଅନ୍ତର ହେଉଥିବା ଅଭିଯୋଗ ହୋଇଛି ବୌଦ୍ଧ ଜିଲ୍ଲାରେ ।

ଜମିଭୂମି ହୀନ ପ୍ରଜାଙ୍କୁ ଘରଡିହ ଯୋଗାଇ ଦେବାକୁ ସରକାର ‘ଜାଗା’ ମିଶନର ପରିକଳ୍ପନା କରିଛନ୍ତି । କିନ୍ତୁ ସହରାଞ୍ଚଳରେ ଆଜି ମଧ୍ୟ ଅନେକ ପରିବାର ପାଇଁ ଏହି ଯୋଜନା ବାସ୍ତବତାର ରୂପ ନେଇପାରି ନାହିଁ । ବୌଦ୍ଧ ଜିଲ୍ଲାର ଏକମାତ୍ର ଏନଏସିର 17 ଗୋଟି ଓ୍ବାର୍ଡରେ ଅନେକ ଜମିଭୂମି ହୀନ ପରିବାର ଦୀର୍ଘ ବର୍ଷ ହେଲା ବସବାସ କରୁଛନ୍ତି ।

ଜାଗା ମିଶନରେ ବି ଧୋକ୍କା! ବୌଦ୍ଧରେ ପ୍ରକୃତ ହିତାଧିରାକୀରଙ୍କୁ ମିଳୁନାହିଁ ଲାଭ
ଜାଗା ମିଶନରେ ବି ଧୋକ୍କା! ବୌଦ୍ଧରେ ପ୍ରକୃତ ହିତାଧିରାକୀରଙ୍କୁ ମିଳୁନାହିଁ ଲାଭ

ଏହାକୁ ଦୃଷ୍ଟିରେ ରଖି ଉଷା ନାମକ ସଂସ୍ଥା ଦ୍ବାରା ବୌଦ୍ଧ ସହରର ବିଭିନ୍ନ ବସ୍ତିରେ ସର୍ଭେ କରାଯାଇ ଅନେକ ଲୋକଙ୍କୁ ଜାଗା ମିଶନରେ ପଟ୍ଟା ପ୍ରଦାନ କରାଯାଇଛି । କିନ୍ତୁ ବୌଦ୍ଧ ସହରର ଖଲିଆବଗିଚା, ଖଦାଳସାହି, ବାବୁସାହି, ରାଜନପାଲି, ମୁସଲିମପଡା, ବାପୁଜୀ ନଗର ଭଳି କେତେକ ବସ୍ତିର ଗରିବ ପ୍ରଜାଙ୍କୁ ଆଜି ପର୍ଯ୍ୟନ୍ତ ଏହି ଯୋଜନାର ସୁଫଳ ମିଳି ନଥିବା ଅଭିଯୋଗ ହୋଇଛି ।

ଜାଗା ମିଶନରେ ବି ଧୋକ୍କା! ବୌଦ୍ଧରେ ପ୍ରକୃତ ହିତାଧିରାକୀରଙ୍କୁ ମିଳୁନାହିଁ ଲାଭ

ଫଳରେ ଏବେ ଯୋଜନାର ବାସ୍ତବତା ଓ ଫଳ ପ୍ରଦକୁ ନେଇ ସନ୍ଦେହ ଉପୁଜିଥିବା ବେଳେ, ପ୍ରକୃତ ହିତାଧିକାରୀଙ୍କ ମଧ୍ୟରେ ତେଜୁଛି ଅସନ୍ତୋଷ ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details