ଓଡିଶା

odisha

ETV Bharat / state

ବଦଳିଛି ସମୟ, ହେଲେ ବଦଳୁନି ଚିନ୍ତାଧାରା - ଛୁଆଁ ଅଛୁଆଁ ଭେଦଭାବ

ବୌଦ୍ଧରେ ଏବେବି ବଢି ଚାଲିଛି ଛୁଆଁ ଅଛୁଆଁର ଭେଦଭାବ ।

ଫଟୋ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

By

Published : Jul 21, 2019, 11:36 AM IST

ବୌଦ୍ଧ: ସ୍ବାଧୀନତାକୁ ପୁରିଛି 72 ବର୍ଷ । ହେଲେ ଏବେବି ଦୂର ହୋଇପାରିନି ଛୁଆଁ ଅଛୁଆଁ ଭେଦଭାବ । ସମାଜର ତଳ ବର୍ଗରେ ବସବାସ କରୁଥିବା ନିରୀହ ଆଦିବାସୀଙ୍କୁ ସରକାରୀ ତଥା ସର୍ବ ସାଧାରଣ ସ୍ଥାନରେ ବାରଣ କିମ୍ବା ଘୃଣା କରିବା ଉପରେ କଡାକଡି ଆଇନ ରହଛି । ହେଲେ ଜିଲ୍ଲାର ଲକ୍ଷ୍ମୀପଦର ଗାଁରେ ଏହାର ବ୍ୟତିକ୍ରମ ହେଉଥିବା ଅଭିଯୋଗ ହୋଇଛି ।

ଅଭିଯୋଗନୁଯାୟୀ, ନୂଆପାଲୀ, ଜାମୁପାଲୀ ଓ ଲକ୍ଷ୍ମୀପଦର ଭଳି ଗାଁର ମିଳିତ ସ୍ଥାନରେ ରହିଛି ଏକ ଆଦିବାସୀ ବସ୍ତି ।
ଏଠାରେ ପାନୀୟ ଜଳର କୌଣସି ସୁବନ୍ଦୋବସ୍ତ ନଥିବାରୁ ଏଠାକାର ବାସିନ୍ଦା ପଡୋଶୀ ଲକ୍ଷ୍ମୀ ପଦର ଗାଁକୁ ନଳକୂପର ପାଣି ପାଇଁ ଯାଆନ୍ତି । ନଚେତ 3 କିଲୋମିଟର ଦୂରରେ ଥିବା ସାଲୁଙ୍କୀ ନଦୀରୁ ପାଣି ଆଣି ବ୍ୟବହାର କରନ୍ତି । କିନ୍ତୁ ପଡୋଶୀ ଲକ୍ଷ୍ମୀ ପଦର ଗାଁରୁ ପାଣି ଆଣିଲେ ସେମାନଙ୍କୁ ଘୃଣା କରି ବାରଣ କରାଯାଉଥିବା ସେମାନେ ଅଭିଯୋଗ କରିଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ସାଲୁଙ୍କୀ କେନାଲରେ ଚାଷ ନିମନ୍ତେ ଦୂଷିତ ପାଣି ଆସୁଥିଲେ ମଧ୍ୟ ସେମାନେ ବାଧ୍ୟ ହୋଇ ଉକ୍ତ ପାଣିକୁ ଗାଧୋଇବା ଓ ପିଇବା ପାଇଁ ବ୍ୟବହାର କରିଥାନ୍ତି । ସେହି କେନାଲରେ ମଧ୍ୟ କୌଣସି ଘାଟ ଭଳି ପାହାଚ ନଥିବାରୁ ଅନେକ ସମୟରେ ଅଘଟଣ ଘଟୁଥିବା ଅଭିଯୋଗ ହୋଇଛି । ତୁରନ୍ତ ଏଦିଗରେ ପ୍ରଶାସନ ପଦକ୍ଷେପ ନେବାକୁ ଦାବି କରିଛନ୍ତି ବସ୍ତି ବାସିନ୍ଦା ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details