ଓଡିଶା

odisha

ETV Bharat / state

କଣ୍ଟାମାଳ ଓ ବୌଦ୍ଧ ବିଧାନସଭା ନିର୍ବାଚନ: ଶେଷ ଦିନରେ 16 ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ - nomination

ଦ୍ବିତୀୟ ପର୍ଯ୍ୟାୟ ନାମାଙ୍କନର ପ୍ରାର୍ଥୀପତ୍ର ଦାଖଲ ଶେଷ ହୋଇଛି। ବୌଦ୍ଧ ଜିଲ୍ଲାର ଦୁଇଟି ନିର୍ବାଚନ ମଣ୍ଡଳୀରେ ମୋଟ 16 ଜଣ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ କରିଛନ୍ତି। ଆଉ ଏହି ନାମାନଙ୍କ ଦାଖଲର ଶେଷ ଦିନରେ ସାରା ସହର ପାଲଟିଥିଲା ଗେରୁଆ।

ଫଟୋ ସୌଜନ୍ୟ:ପ୍ରତିନିଧି, ବୌଦ୍ଧ

By

Published : Mar 27, 2019, 6:47 AM IST

Updated : Mar 27, 2019, 9:22 AM IST

ବୌଦ୍ଧ: ଦ୍ୱିତୀୟ ପର୍ଯ୍ୟାୟ ନାମାଙ୍କନ ପାଇଁ ମଙ୍ଗଳବାର ପ୍ରାର୍ଥୀପତ୍ର ଦାଖଲର ସମୟସୀମା ଶେଷ ହୋଇଛି। କନ୍ଧମାଳ ଲୋକସଭା ଅନ୍ତର୍ଗତ ବୌଦ୍ଧ ଜିଲ୍ଲାର ଦୁଇଟି ନିର୍ବାଚନ ମଣ୍ଡଳୀରେ ମୋଟ 16 ଜଣ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ ହୋଇଛି। ଆଉ ଶେଷ ଦିନରେ ବିଜେପି ଦଳର ପ୍ରବଳ ଶକ୍ତି ଦେଖିବାକୁ ମିଳିଥିଲା । ଉଭୟ କଣ୍ଟାମାଳ ଓ ବୌଦ୍ଧ ବିଧାନସଭା ଆସନର ନାମାଙ୍କନ ଦାଖଲ ବେଳେ ହଜାର ହଜାର ବିଜେପି କର୍ମୀଙ୍କ ସମାଗମରେ ସାରା ସହର ଗେରୁଆ ପାଲଟି ଯାଇଥିଲା।

ଭିଡିଓ ସୌଜନ୍ୟ:ପ୍ରତିନିଧି, ବୌଦ୍ଧ

ନାମାଙ୍କନ ଦାଖଲସମୟରେ ବୌଦ୍ଧ ଆସନ ପାଇଁ ବିଜେପି ଦଳ ପକ୍ଷରୁ ସୁଶାନ୍ତ କୁମାର ପ୍ରଧାନ, କଣ୍ଟାମାଳ ଆସନ ପାଇଁ ବିଜେପିର ପ୍ରାର୍ଥୀ କହ୍ନେଇ ଚରଣ ଡାଙ୍ଗ ଓ ସ୍ବାଧୀନ ପ୍ରାର୍ଥୀ ଭାବେ ଆଶାୟୀ ଥିବା ଶେଷଦେବ ମେହେରଙ୍କ ବିଶାଳ ରୋଡ ସୋ ଦେଖି ବିପକ୍ଷଙ୍କ ଚିନ୍ତା ବଢିଯାଇଥିଲା। ସେହିପରି ପ୍ରାଉଟିଷ୍ଟ ଦଳ ପକ୍ଷରୁ କେଦାର ସାହୁ, ଏନସିପି ପକ୍ଷରୁ କୃତ୍ତିବାସ ପଲିଆ ଓ ଅନ୍ୟାନ୍ୟ ପ୍ରାର୍ଥୀ ନାମାଙ୍କନ ମଧ୍ୟ ଦାଖଲ କରିଥିଲେ । କଣ୍ଟାମାଳ ଆସନରୁ 8 ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିବା ବେଳେ ବୌଦ୍ଧ ଆସନରୁ ମଧ୍ୟ 8 ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି।

ତେବେ ନାମାଙ୍କନ ସମୟରେ ଦୁଇ ପୁରୁଣା ବନ୍ଧୁ କହ୍ନେଇ ଓ ଶେଷଦେବଙ୍କ ଅନ୍ତରଙ୍ଗ ଆଳାପ ସମସ୍ତଙ୍କୁ ଆଲୋଚନାର ଖୋରାକ ଯୋଗାଇଥିଲା। ସେପଟେ ବୌଦ୍ଧ ଆସନରେ ବିଜେପି, ବିଜେଡି ସହ ସିପିଆଇର ତ୍ରିମୁଖୀ ଲଢେ଼ଇ ହେବାର ଆଶା କରାଯାଉଥିବା ବେଳେ କଣ୍ଟାମାଳ ଆସନରେ ବିଜେପି, ବିଜେଡି ଓ ସ୍ବାଧୀନ ପ୍ରାର୍ଥୀଙ୍କ ମଧ୍ୟରେ ତ୍ରିମୁଖୀ ଲଢେ଼ଇ ହେବାର ସୂଚନା ମିଳୁଛି।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Last Updated : Mar 27, 2019, 9:22 AM IST

For All Latest Updates

ABOUT THE AUTHOR

...view details