ବୌଦ୍ଧ: ନିର୍ମାଣ ହୋଇଛି କୋଟି କୋଟି ଟଙ୍କାର ଆନିକଟ୍ । ହେଲେ କେନାଲ ନିର୍ମାଣ ହୋଇନଥିବାରୁ ଏହାର ଲାଭ ଉଠାଇ ପାରୁ ନାହାନ୍ତି ଗ୍ରାମବାସୀ ।
ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ ବୌଦ୍ଧ ଜିଲ୍ଲାର ଶଙ୍କୁରୀ ଗ୍ରାମ ନିକଟରେ ବୋହିଯାଇଛି ରାଜାବସା ଝରଣା । ଏହିଠାରେ କ୍ଷୁଦ୍ର ଜଳସେଚନ ବିଭାଗ ପକ୍ଷରୁ ଆଠକୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଛି ରାଜାବସା ଜଳସେଚନ ପ୍ରକଳ୍ପର ଆନିକଟ୍ ।
ମାତ୍ର ଦୀର୍ଘ ଦିନ ବିତିଯାଇଥିଲେ ମଧ୍ୟ ଏହାର କେନାଲ ନିର୍ମାଣ ହୋଇନଥିବାରୁ କୌଣସି କାମରେ ଲାଗୁନି ଏହି ପ୍ରକଳ୍ପ । ପ୍ରକଳ୍ପର ଉଭୟ ପାର୍ଶ୍ଵରେ କେନାଲ ନିର୍ମାଣ କରାଗଲେ କୁଶଙ୍ଗ, ମହାଲିକପଡା, ପଇଦାଭୂଇଁ,ଶଙ୍କୁରୀ ପ୍ରଭୃତି ଅଞ୍ଚଳର ହଜାର ହେକ୍ଟରରୁ ଊର୍ଦ୍ଧ୍ବ ଜମିକୁ ଜଳସେଚନ ହୋଇପାରନ୍ତା । ତେବେ ଏ ସମ୍ପର୍କରେ ବିଭାଗୀୟ ଅଧିକାରୀ ଘଟଣାକୁ ସ୍ବୀକାର କରିବା ସହ ଆଗାମୀ ତିନିରୁ ଚାରି ମାସ ମଧ୍ୟରେ ଲୋକଙ୍କଠାରୁ ସିଧାସଳଖ ଜମି କିଣାଯାଇ କେନାଲ କାର୍ଯ୍ୟ କରାଯିବ ବୋଲି କହିଛନ୍ତି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ