ଓଡିଶା

odisha

ETV Bharat / state

କେନାଲରେ ଘାଇ; ଏକର ଏକର ଜମିକୁ ମାଡିଗଲା ପାଣି

ପ୍ରବଳ ବର୍ଷାରେ କେନାଲରେ ଘାଇ । ଜଳସେଚନ କେନାଳରେ ଘାଇ ସୃଷ୍ଟି ହେବା ଫଳରେ ଏକର ଏକର ଜମିରେ ପାଣି ମାଡି ଯାଇଛି । ଅଧିକ ପଢନ୍ତୁ...

By

Published : Jul 25, 2021, 9:20 AM IST

ଏକର ଏକର ଜମିକୁ ମାଡିଗଲା ପାଣି
ଏକର ଏକର ଜମିକୁ ମାଡିଗଲା ପାଣି

ବୌଦ୍ଧ:ପ୍ରବଳ ବର୍ଷାରେ କେନାଲରେ ଘାଇ । ଜଳସେଚନ କେନାଳରେ ଘାଇ ସୃଷ୍ଟି ହେବା ଫଳରେ ଏକର ଏକର ଜମିରେ ପାଣି ମାଡି ଯାଇଛି । ଘଟଣାସ୍ଥଳରେ ଜଳସେଚନ ବିଭାଗ ଅଧିକାରୀ ମାରାମତି କାର୍ଯ୍ୟ ଆରମ୍ଭ କରିଛନ୍ତି ।

ଏକର ଏକର ଜମିକୁ ମାଡିଗଲା ପାଣି

ବୌଦ୍ଧ ଜିଲ୍ଲା ଜଳସେଚନ ବିଭାଗ ଅଧୀନରେ ବାଘ ଓ ସାଲୁଙ୍କୀ ଜଳସେଚନ ଭଳି ଦୁଇଟି ମାତ୍ର ଜଳସେଚନରୁ ଚାଷୀଙ୍କ ଜମିକୁ କେନାଲ ଯୋଗେ ପାଣି ମିଳିଥାଏ । କେନାଲ ଗୁଡିକର ରକ୍ଷଣାବେକ୍ଷଣ ତଥା ଠିକ ସମୟରେ ମରାମତି ହେଉନଥିବାରୁ ଅନେକ ସ୍ଥାନରେ କେନାଲ ଗୁଡିକ ଦୁର୍ବଳ ହୋଇପଡିଛି । ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ବୌଦ୍ଧ ସହର ସମେତ ବିଭିନ୍ନ ସ୍ଥାନରେ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ତେବେ ଜିଲ୍ଲାରେ ବର୍ଷା ଅଭାବରୁ ଚାଷ କାର୍ଯ୍ୟ ଆଗେଇ ପାରିନଥିବା ବେଳେ ଏହି ବର୍ଷା ଚାଷୀଙ୍କ ପାଇଁ ଖୁସି ଆଣିଥିଲା ।

ହେଲେ ଜିଲ୍ଲାର ଐତିହାସିକ ନାଏକପଡା ଗୁମ୍ଫାର ପଛଭାଗରେ ଥିବା ସାଲୁଙ୍କୀ ଡାହାଣ କେନାଲର ଏକ ପ୍ରମୁଖ ସ୍ଥାନରେ ଏକ ବିରାଟକାୟ ଘାଇ ସୃଷ୍ଟି ହୋଇ କେନାଲ ଧସି ଯାଇଛି । ଫଳରେ ପ୍ରବଳ ପାଣି ଆସି ଘାଇ ସୃଷ୍ଟି ସହ ଏକର ଏକର ଜମିରେ ପାଣି ମାଡି ଯାଇଛି । ଘଟଣା ସ୍ଥଳରେ ଜଳସେଚନ ବିଭାଗର ମୁଖ୍ୟ ଯନ୍ତ୍ରୀ ପହଞ୍ଚି ସ୍ଥିତି ଅନୁଧ୍ୟାନ ପରେ ଏହାର ମରାମତି କାର୍ଯ୍ୟ ଆରମ୍ଭ ହୋଇଛି ।

କେନାଲ ଗୁଡିକର ଠିକରେ ରକ୍ଷଣାବେକ୍ଷଣ ଅଭାବରୁ ଏଭଳି ପରିସ୍ଥିତି ଉପୁଜିଥିବା ବୁଦ୍ଧିଜୀବୀ ଅଭିଯୋଗ କରିଛନ୍ତି । ମାତ୍ର ଏ ଅଭିଯୋଗକୁ ଖଣ୍ଡନ କରି କେନାଲଗୁ଼ଡିକର କୌଣସି ଅସୁବିଧା ନାହିଁ ବୋଲି କହିଛନ୍ତି ।


ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details