ଓଡିଶା

odisha

ETV Bharat / state

ଗରମ କଡେଇରେ ପଡି ଶିଶୁକନ୍ୟା ଗୁରୁତର, ଚିକିତ୍ସାରେ ଅବହେଳା ଅଭିଯୋଗ

ହରଭଙ୍ଗା ବ୍ଲକର କରଞ୍ଜକଟା ଗ୍ରାମରେ ଅଭାବନୀୟ ଦୃଶ୍ୟ । ଗରମ କଡେଇରେ ପଡି ପୋଡି ହୋଇଯାଇଥିବା 10 ମାସର ଶିଶୁ କନ୍ୟାକୁ ଚାରିଛକ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ମାତ୍ର ସେଠାରେ ଚିକିତ୍ସା ଶୈଳୀକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପରିବାର ।

ଫଟୋ ସୌଜନ୍ୟ- ପ୍ରତିନିଧି, ବୌଦ୍ଧ

By

Published : Aug 12, 2019, 12:43 PM IST

ବୌଦ୍ଧ: ରବିବାର ଜିଲ୍ଲାର ହରଭଙ୍ଗା ବ୍ଲକର କରଞ୍ଜକଟା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଏକ ଦଶ ମାସର ଶିଶୁକନ୍ୟା ରନ୍ଧା ଯାଉଥିବା ଗରମ କଡେଇରେ ପଡିଯାଇ ଗୁରୁତର ଭାବରେ ପୋଡି ଯାଇଥିଲା । କିନ୍ତୁ ଉକ୍ତ ଶିଶୁକନ୍ୟାଟିର ଠିକ ଭାବେ ଚିକିତ୍ସା କରାନଯାଇ ବୁର୍ଲା ଡାକ୍ତରଖାନାକୁ ପଠାଇ ଦିଆଯାଇଥିବା ଅଭିଯୋଗ ହୋଇଛି ।

ସୂଚନା ମୁତାବକ ହରଭଙ୍ଗା ବ୍ଲକର କରଞ୍ଜକଟା ଗ୍ରାମର ପର୍ଶୁରାମ ଓ ବାସନ୍ତୀଙ୍କ ଦଶ ମାସର ଶିଶୁକନ୍ୟା ଦୀପା ଖେଳୁଥିବା ସମୟରେ ନିକଟରେ ରନ୍ଧା ଯାଉଥିବା କଡେଇରେ ପଡି ପୋଡି ହୋଇଯାଇଥିଲା । ତୁରନ୍ତ ତାକୁ ପ୍ରଥମେ ଚାରିଛକ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଓ ପରେ ବୌଦ୍ଧ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।

ଭିଡିଓ ସୌଜନ୍ୟ- ପ୍ରତିନିଧି, ବୌଦ୍ଧ

କିନ୍ତୁ ବୌଦ୍ଧ ଡାକ୍ତରଖାନାରେ ଆହତ ଶିଶୁକନ୍ୟାକୁ ଶୀତତାପ ନିୟନ୍ତ୍ରିତ କକ୍ଷରେ ନରଖି ସାଧାରଣ ରୋଗୀଙ୍କ ସହ ରଖାଯିବାରୁ ସୋମବାର ଅବସ୍ଥା ଆହୁରି ଗୁରୁତର ହୋଇ ପଡିଥିଲା । ଫଳରେ ଶିଶୁକନ୍ୟାଟିକୁ ବୁର୍ଲା ଡାକ୍ତରଖାନା ପଠାଇ ଦିଆଯାଇଛି । କିନ୍ତୁ ଏବେ ଶିଶୁଟିର ଚିକିତ୍ସାରେ ଅବହେଳାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଅଭିଭାବକ ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details