ଓଡିଶା

odisha

ETV Bharat / state

ଅବହେଳିତ ଅବସ୍ଥାରେ ବୌଦ୍ଧର ବୁଦ୍ଧକୀର୍ତ୍ତି - budhha

ପବିତ୍ର ବୈଶାଖ ପୂର୍ଣ୍ଣିମା ଅବସରରେ ବୌଦ୍ଧ ସହରରେ ପାଳିତ ହୋଇଛି ବୁଦ୍ଧ ଜୟନ୍ତୀ। ବୌଦ୍ଧ ସ୍ଥାପତ୍ୟକୁ ନେଇ ବୌଦ୍ଧ ଜିଲ୍ଲାର ସ୍ବତନ୍ତ୍ର ପରିଚୟ ରହିଥିବା ବେଳେ ଦିନକୁ ଦିନ ଏହା ଲୁପ୍ତପ୍ରାୟ ହୋଇ ଆସିଲାଣି। ଏଣୁ ତୁରନ୍ତ ରାଜ୍ୟ ପର୍ଯ୍ୟଟନ ଓ ପ୍ରତ୍ନତତ୍ତ୍ୱ ବିଭାଗ ଏହାର ସୁରକ୍ଷା ସହ ଉନ୍ନତି କରିବାକୁ ସାଧାରଣରେ ଦାବି ହୋଇଛି।

ଫଟୋ ସୌଜନ୍ୟ : ପ୍ରତିନିଧି,ବୌଦ୍ଧ

By

Published : May 18, 2019, 10:27 PM IST

ବୌଦ୍ଧ: ବୌଦ୍ଧ ସ୍ଥାପତ୍ୟକୁ ନେଇ ବୌଦ୍ଧ ଜିଲ୍ଲାର ସ୍ବତନ୍ତ୍ର ପରିଚୟ ରହିଛି। ଜିଲ୍ଲାର ବିଭିନ୍ନ ସ୍ଥାନରେ ମଧ୍ୟ ଶନିବାର ଦିନ ବୈଶାଖ ପୂର୍ଣ୍ଣିମା ଅବସରରେ ପାଳିତ ହୋଇଛି ବୁଦ୍ଧ ଜୟନ୍ତୀ। କିନ୍ତୁ ଏହି ଐତିହାସିକ ଜିଲ୍ଲାରେ ଥିବା ବୌଦ୍ଧ କୀର୍ତ୍ତିରାଜି ଆଜି ବିଲୁପ୍ତିର ଦ୍ବାର ଦେଶରେ ଦଣ୍ଡାୟମାନ ।

ପବିତ୍ର ବୈଶାଖ ପୂର୍ଣ୍ଣିମା ଅବସରରେ ବୌଦ୍ଧ ସହରରେ ପରମ କାରୁଣିକ ତଥାଗତ ବୁଦ୍ଧଙ୍କ ପବିତ୍ର ବାଣୀକୁ ନେଇ ନଗର ପରିକ୍ରମା ହୋଇଥିଲା । ବୌଦ୍ଧ ସହରରେ ଥିବା ଭଗବାନ ବୁଦ୍ଧଙ୍କ ପ୍ରାଚୀନ ପ୍ରତିମୂର୍ତ୍ତିରେ ପୂଜାର୍ଚ୍ଚନା କରିଥିଲେ ସ୍ଥାନୀୟ ଲୋକ । ସଂଧ୍ୟାରେ ସ୍ଥାନୀୟ ଟାଉନହଲ ଠାରେ ବୁଦ୍ଧ ଓ ବୌଦ୍ଧ ଧର୍ମକୁ ନେଇ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା ।

ଭିଡିଓ ସୌଜନ୍ୟ : ପ୍ରତିନିଧି,ବୌଦ୍ଧ

କିନ୍ତୁ ଏକଦା ବୌଦ୍ଧ ଧର୍ମ ଓ କୀର୍ତ୍ତିରାଜିରେ ଭରପୁର ବୌଦ୍ଧ ଜିଲ୍ଲା ପର୍ଯ୍ୟଟନ ବିଭାଗ ତଥା ସରକାରଙ୍କ ଅବହେଳା ଯୋଗୁଁ ଆଜି ଅବହେଳିତ ହୋଇ ପଡିଛି। ବୌଦ୍ଧ ସହରରେ ଥିବା ବୌଦ୍ଧପୀଠକୁ କେତେକାଂଶରେ ଉନ୍ନତି କରାଯାଇଥିଲେ ମଧ୍ୟ ଶ୍ୟାମସୁନ୍ଦରପୁର ଓ ପରଗଳପୁର ଠାରେ ଥିବା ବୌଦ୍ଧପୀଠ ସଂପୂର୍ଣ୍ଣ ଅବହେଳିତ ଅବସ୍ଥାରେ ରହିଥିବା ଅଭିଯୋଗ ହୋଇଛି । ଏଣୁ ତୁରନ୍ତ ରାଜ୍ୟ ପର୍ଯ୍ୟଟନ ଓ ପତ୍ନତ୍ବତ୍ତ୍ୱ ବିଭାଗ ଏହାର ସୁରକ୍ଷା ସହ ଉନ୍ନତି କରିବାକୁ ସାଧାରଣରେ ଦାବି ହୋଇଛି।


ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details