ଓଡିଶା

odisha

ETV Bharat / state

ବୁଦ୍ଧଙ୍କ ବିଜେସ୍ଥଳୀ ବୌଦ୍ଧରେ ପଞ୍ଚଧର୍ମର ମିଳନ

ଏକାଦଶ ରୁଦ୍ର ଓ ଦ୍ବାଦଶ ବୁଦ୍ଧଙ୍କ ବିଜେସ୍ଥଳୀ ହେଉଛି ବୌଦ୍ଧ ରାଜ୍ୟ । ପ୍ରାଚୀନ କାଳରୁ ଏଠାରେ ଶୈବ, ଶାକ୍ତ, ବୈଷ୍ଣବ, ବୌଦ୍ଧ ଓ ମହିମା ଆଦି ପଞ୍ଚ ଧର୍ମର ମିଳନସ୍ଥଳୀରେ ଅନେକ ବିଚିତ୍ର ତଥା ଆଶ୍ଚର୍ଯ୍ୟପୂର୍ଣ୍ଣ ଉପାସନା ଓ ପରମ୍ପରା ପ୍ରଚଳିତ।

By

Published : May 12, 2019, 6:55 PM IST

ଫଟୋ ସୌଜନ୍ୟ: ପ୍ରତିନିଧି ବୌଦ୍ଧ

ବୌଦ୍ଧ: ଏକାଦଶ ରୁଦ୍ର ଓ ଦ୍ବାଦଶ ବୁଦ୍ଧଙ୍କ ବିଜେସ୍ଥଳୀ ହେଉଛି ବୌଦ୍ଧ ରାଜ୍ୟ । ପ୍ରାଚୀନ କାଳରୁ ଏଠାରେ ଶୈବ, ଶାକ୍ତ, ବୈଷ୍ଣବ, ବୌଦ୍ଧ ଓ ମହିମା ଆଦି ପଞ୍ଚ ଧର୍ମର ମିଳନସ୍ଥଳୀରେ ଅନେକ ବିଚିତ୍ର ତଥା ଆଶ୍ଚର୍ଯ୍ୟପୂର୍ଣ୍ଣ ଉପାସନା ଓ ପରମ୍ପରା ପ୍ରଚଳିତ। ଏହି ପବିତ୍ର ମାଟିରେ ଅତ୍ୟନ୍ତ ଦୁର୍ଲଭ ବ୍ରହ୍ମାଣ୍ଡ ସୃଷ୍ଟିକର୍ତ୍ତା ବ୍ରହ୍ମାଙ୍କ ପୂଜା ପରମ୍ପରା ପ୍ରାଚୀନ କାଳରୁ ପ୍ରଚଳିତ ହୋଇ ଆସିଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି ବୌଦ୍ଧ


ସାରା ଭାରତ ବର୍ଷରେ ବ୍ରହ୍ମାଙ୍କ ଉପାସନା ପୁଷ୍କର ପରେ କେବଳ ବୌଦ୍ଧରେ ପ୍ରାଚୀନ କାଳରୁ ପୂଜା ହୋଇ ଆସୁଛନ୍ତି। ଏଣୁ ଅନେକେ ବୌଦ୍ଧକୁ ଦ୍ବିତୀୟ ପୁଷ୍କର ବୋଲି ମଧ୍ୟ ଅଭିହିତ କରିଥାନ୍ତି। ବୌଦ୍ଧ ସହର ମଧ୍ୟରେ ଥିବା ରାମେଶ୍ୱର ମନ୍ଦିର ପରିସରରେ ପ୍ରାଚୀନ କାଳରୁ ପୂଜା ପାଉଛନ୍ତି ବିଶ୍ବ ସୃଷ୍ଟି କର୍ତ୍ତା ଭଗବାନ ବ୍ରହ୍ମା । ଏଠାରେ ବ୍ରହ୍ମାଙ୍କ ପ୍ରାୟ ଅଢେଇ ଫୁଟ ଉଚ୍ଚତା ବିଶିଷ୍ଟ ପଥର ପ୍ରତିମା ଏକ ମଣ୍ଡପ ଉପରେ ରଖାଯାଇ ପୂଜା କରାଯାଉଛି ।

ଏହି ସ୍ଥାନଟି ଭାରତୀୟ ପତ୍ନତ୍ତତ୍ବ ବିଭାଗ ଅଧିନରେ ରହିଥିବା ବେଳେ ପ୍ରତ୍ୟେକ ଦିନ ଏଠାକୁ ରାଜ୍ୟ ତଥା ରାଜ୍ୟ ବାହାରୁ ଭକ୍ତ ଓ ପର୍ଯ୍ୟଟକ ଭଗବାନ ବ୍ରହ୍ମାଙ୍କ ଦର୍ଶନ ପାଇ ଆସିଥାନ୍ତି ।


ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details