ବୌଦ୍ଧ: ଜିଲ୍ଲା ସଦର ମହକୁମା ସହ ମର୍ଜାକୁଦ ଗ୍ରାମକୁ ସଂଯୋଗ କରିବା ପାଇଁ ନିର୍ମିତ ହେଉଥିବା ପୋଲ କାମ ବନ୍ଦ ରହିଛି । ମହାନଦୀରେ ପାଣି ଆସିବାରୁ ଆପ୍ରୋଚ ରୋଡ ଧୋଇ ଯିବାରୁ ନିର୍ମାଣ କାମ ଅଟକି ଯାଇଥିବା ସୂଚନା ମିଳିଛି । ଅନ୍ୟପଟରେ ଏହା ଯୋଗୁଁ ଅନେକ ସ୍ଥାନରେ ଘାଇ ସୃଷ୍ଟି ହୋଇଛି । ଏନେଇ କୌଣସି ସତର୍କତା ଫଳକ ଲାଗି ନଥିବାରୁ ଗାଧୋଇବାକୁ ଯାଉଥିବା ଲୋକଙ୍କ ପ୍ରତି ବିପଦ ରହିଥିବା ଦେଖାଯାଇଛି ।
ଧୋଇଗଲା ଆପ୍ରୋଚ ରୋଡ୍, ନିର୍ମାଣକାର୍ଯ୍ୟ ବାଧାପ୍ରାପ୍ତ - boudh
ମହାନଦୀରେ ପାଣି ଆସି ଆପ୍ରୋଚ ରୋଡ ଧୋଇ ଯିବାରୁ ମର୍ଜାକୁଦ ଗ୍ରାମକୁ ସଂଯୋଗ କରିବାକୁ ଥିବା ପୋଲ କାମ ଅଟକି ରହିଛି ।
ଫଟୋ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ
ବୌଦ୍ଧ ସହର ସହିତ ଦ୍ୱୀପଗ୍ରାମ ମର୍ଜାକୁଦକୁ ସଂଯୋଗ ପାଇଁ ଦୀର୍ଘ ଦିନର ଦାବିପରେ ଏକ ପୋଲ ନିର୍ମାଣ କରାଯାଉଥିଲା । ପୋଲର 8ଟି ପିଲାର କାମ ଆରମ୍ଭ ହୋଇଥିଲା । ହେଲେ ଗତକାଲି ମହାନଦୀରେ ବର୍ଷା ଜନିତ ବନ୍ୟା ଜଳ ଆସି ଆପ୍ରୋଚ ରୋଡଟିକୁ ଧୋଇ ନେଇଛି । ଫଳରେ ନଦୀ ମଝିରେ ନିର୍ମାଣଧୀନ ପିଲାର କାମକୁ ବନ୍ଦ କରାଯାଇଛି । ଏପଟେ ଆପ୍ରୋଚ ରାସ୍ତାର ଅନେକ ସ୍ଥାନରେ ଘାଇ ସୃଷ୍ଟି ହୋଇଥିବାରୁ ଲୋକଙ୍କ ପାଇଁ ଦୁର୍ଘଟଣା ଆଶଙ୍କା ରହିଛି।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ