ବୌଦ୍ଧ: ଜିଲ୍ଲା ସହରାଞ୍ଚଳରେ ଅସ୍ବାସ୍ଥ୍ୟକର ପରିବେଶରେ ଚାଲିଛି ବିଭିନ୍ନ ଜଳଖିଆ ଦୋକାନ । ରାସ୍ତାରେ ପଡି ରହିଛି ଗଦାଗଦା ପଲିଥିନ ଓ ଠୋଲା । ଦୁର୍ଗନ୍ଧରେ ନାକ ଫାଟି ଯାଉଛି । ସେହି ସ୍ଥାନରେ ବିଭିନ୍ନ ଠେଲାଗାଡି ଜଳଖିଆ ବ୍ୟବସାୟୀ ବେପାର କରୁଛନ୍ତି । ଏନେଇ ବୌଦ୍ଧ ଜିଲ୍ଲାପାଳ ଦୋକାନ ସମେତ ବିଭିନ୍ନ ସ୍ଥାନରେ ଅତର୍କିତ ଚଢାଉ କରି ବ୍ୟବସାୟୀଙ୍କୁ ଚେତାବନୀ ଦେଇଛନ୍ତି ।
ସୂଚନାଅନୁସାରେ, ଜିଲ୍ଲାର ବିଭିନ୍ନ ଜଳଖିଆ ଦୋକାନ, ଚାଟ ଗୁପଚୁପ ଭଳି ରାସ୍ତା କଡ ଠେଲା ଦୋକାନୀ ଗ୍ରାହକଙ୍କୁ ଅସ୍ବାସ୍ଥକର ପରିବେଶରେ ଖାଦ୍ୟ ସେବା ଦେଉଛନ୍ତି । ଦୋକାନ ପାଖ ଏମିତି ଅପରିଷ୍କାର ହୋଇଛି ଯେ ଦୁର୍ଗନ୍ଧରେ ନାକ ଫାଟିପଡୁଛି । ଡ୍ରେନରେ ଭିର୍ତ୍ତି ହୋଇଛି ପୁଳାପୁଳା ଆବର୍ଜନା । ଏପ୍ରିଲ ମାସରେ ଡ୍ରେନରେ ଏତେ ଆବର୍ଜନା ଭରି ରହିଛି ଅଦିନିଆ ବର୍ଷାରେ କୃତ୍ରିମ ବନ୍ୟା ସୃଷ୍ଟି ହେବ ବୋଲି ମତ ପ୍ରକାଶ କରିଛନ୍ତି ବୁଦ୍ଧିଜୀବୀ । ଏନେଇ ବାରମ୍ବାର ଅଭିଯୋଗ ପରେ ବି ଜନସ୍ବାସ୍ଥ୍ୟ ବିଭାଗ ପୁରା ଚୁପ ବସିଛି ।