ଓଡିଶା

odisha

ETV Bharat / state

ବୌଦ୍ଧର ପ୍ରସିଦ୍ଧ ହନୁମାନ ଜୟନ୍ତୀ

ଓଡ଼ିଶାର ବିଭିନ୍ନ ସ୍ଥାନରେ ପଣାସଂକ୍ରାନ୍ତି ଦିନ ଭକ୍ତ ପ୍ରଭୁ ହନୁମାନଙ୍କ ଜୟନ୍ତୀ ପାଳନ କରାଯାଉଥିବା ବେଳେ ବୌଦ୍ଧ ମହାନଦୀ ଗର୍ଭରେ ଥିବା ସିଦ୍ଧ ହନୁମାନ ପୀଠରେ ଚୈତ୍ର ପୂର୍ଣ୍ଣିମା ଦିନ ମହାଆଡମ୍ବରରେ ହନୁମାନ ଜୟନ୍ତୀ ପାଳନ କରାଯାଇଥାଏ ।

By

Published : Apr 19, 2019, 9:52 PM IST

ଫଟୋ ସୌଜନ୍ୟ:ସମ୍ବାଦଦାତା, ବୌଦ୍ଧ

ବୌଦ୍ଧ: ଜିଲ୍ଲାର ସଂସ୍କୃତି ଓ ପରମ୍ପରା ସମ୍ପୂର୍ଣ୍ଣ ନିଆରା । ଓଡ଼ିଶାର ସାଂସ୍କୃତିକ ନାଭିକେନ୍ଦ୍ର ଭାବେ ପରିଚିତ ବୌଦ୍ଧ ଅଞ୍ଚଳ । ଏଠାରେ ଚୂଡାଖାଇ ଯାତ୍ରା ଠାରୁ ଆରମ୍ଭ କରି କୈଳାଶୀ ଯାତ୍ରା ପର୍ଯ୍ୟନ୍ତ ଅଧିକାଂଶ ଉତ୍ସବକୁ ଜିଲ୍ଲାବାସୀ ଖୁବ ଉତ୍ସାହର ସହ ପାଳିଥାନ୍ତି ।

ଓଡ଼ିଶାର ବିଭିନ୍ନ ସ୍ଥାନରେ ପଣାସଂକ୍ରାନ୍ତି ଦିନ ଭକ୍ତ ପ୍ରଭୁ ହନୁମାନଙ୍କ ଜୟନ୍ତୀ ପାଳନ କରାଯାଉଥିବା ବେଳେ ବୌଦ୍ଧ ମହାନଦୀ ଗର୍ଭରେ ଥିବା ସିଦ୍ଧ ହନୁମାନ ପୀଠରେ ଚୈତ୍ର ପୂର୍ଣ୍ଣିମା ଦିନ ମହାଆଡମ୍ବରରେ ହନୁମାନ ଜୟନ୍ତୀ ପାଳନ କରାଯାଇଥାଏ । ଶୁକ୍ରବାର ଚୈତ୍ର ପୂର୍ଣ୍ଣିମା ତିଥିରେ ବୌଦ୍ଧ ସ୍ଥିତ ହନୁମାନଙ୍କ ପୀଠରେ ପାଳିତ ହୋଇଛି ହନୁମାନ ଜୟନ୍ତୀ । ସେଥିପାଇଁ ସକାଳୁ କଳସ ଶୋଭାଯାତ୍ରା ସହ ହନୁମାନ ଚାଳିଶା ପାଠ ହୋଇଥିଲା ।

ତଥ୍ୟ ଅନୁସାରେ, ୧୯୨୯ ମସିହାରେ ମହାନ ସାଧୁ ମୋହନ ଦାସଙ୍କ ଉଦ୍ୟମ କ୍ରମେ ମହାନଦୀ ଗର୍ଭରେ ଥିବା ଏକ ବିଶାଳ ପଥର ଖଣ୍ଡ ଉପରେ ଏହି ପ୍ରସିଦ୍ଧ ମନ୍ଦିର ନିର୍ମାଣ କରିଥିଲେ । ଏକ ପ୍ରାକୃତିକ ପରିବେଶ ମଧ୍ୟରେ ଅବସ୍ଥିତ ଏହି ପ୍ରସିଦ୍ଧ ସ୍ଥାନ ବୌଦ୍ଧ ଜିଲ୍ଲାର ଅନ୍ୟତମ ଆକର୍ଷଣ ପର୍ଯ୍ୟଟନ ସ୍ଥାନ ପାଲଟିଛି ।


ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ

ABOUT THE AUTHOR

...view details