ବୌଦ୍ଧ: ଲକ ଡାଉନର ପଞ୍ଚମ ଦିନରେ ବୌଦ୍ଧ ଜିଲ୍ଲାର ଅଧିକାଂଶ ଗ୍ରାମକୁ ସ୍ଥାନୀୟ ଲୋକେ ସିଲ କରି ଦେଇଛନ୍ତି । ଜିଲ୍ଲା ପ୍ରଶାସନ ନିୟମ ଖିଲାପକାରୀଙ୍କ ଉପରେ କଡା ନଜର ରଖାଯାଇଛି । ଗତ ଦୁଇ ଦିନ ତଳେ ସ୍ବାସ୍ଥ୍ୟ ବିଭାଗ ଦ୍ବାରା ସଂଗୃହୀତ ତିନି ଜଣଙ୍କ ରକ୍ତ ପରୀକ୍ଷା ପରେ ନେଗେଟିଭ ଆସିବାରୁ ଜିଲ୍ଲାବାସୀଙ୍କୁ ଆଶ୍ବସ୍ତି ମିଳିଛି ।
ବୌଦ୍ଧରୁ ସଂଗୃହୀତ ତିନିଜଣଙ୍କ ରକ୍ତ ନମୁନା ଆସିଲା ନେଗେଟିଭ - ବୌଦ୍ଧରୁ ସଂଗୃହୀତ ତିନିଜଣଙ୍କ ରକ୍ତ ନମୁନା ଆସିଲା ନେଗେଟିଭ
ବୌଦ୍ଧରୁ ସଂଗୃହୀତ ତିନିଜଣଙ୍କ ରକ୍ତ ନମୁନା ଆସିଲା ନେଗେଟିଭ । ଭୁବନେଶ୍ବର କର କ୍ଲିନିକରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ସମ୍ପର୍କିୟ ବୌଦ୍ଧର ହୋଇଥିବାରୁ ତନାଘନା ଆରମ୍ଭ କରିଛି ସ୍ବାସ୍ଥ୍ୟ ବିଭାଗ ଓ ଜିଲ୍ଲା ପ୍ରଶାସନ । ଅଧିକ ପଢନ୍ତୁ.....
ବୌଦ୍ଧରୁ ସଂଗୃହୀତ ତିନିଜଣଙ୍କ ରକ୍ତ ନମୁନା ଆସିଲା ନେଗେଟିଭ
କିନ୍ତୁ ଭୁବନେଶ୍ବର କର କ୍ଲିନିକରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ସମ୍ପର୍କିୟ ବୌଦ୍ଧର ହୋଇଥିବାରୁ ତନାଘନା ଆରମ୍ଭ କରିଛି ସ୍ବାସ୍ଥ୍ୟ ବିଭାଗ ଓ ଜିଲ୍ଲା ପ୍ରଶାସନ । ଜିଲ୍ଲାପାଳ ଖୋଦ ଏନେଇ ଆତଙ୍କିତ ନହୋଇ ସଚେତନ ହେବାକୁ ନିବେଦନ କରିଛନ୍ତି । ସେପଟେ ଏଭଳି ସମୟରେ ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠି କି ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଆର୍ଥିକ ସହାୟତା ପ୍ରଦାନ କରିବାକୁ ବୁଦ୍ଧିଜୀବୀ ଆହ୍ବାନ ଦେଇଛନ୍ତି ।
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ