ଓଡିଶା

odisha

ETV Bharat / state

କ୍ବାରେଣ୍ଟାଇନ ସେଣ୍ଟରରେ ବ୍ୟାପକ ଅବ୍ୟବସ୍ଥା ଅଭିଯୋଗ

କ୍ବାରେଣ୍ଟାଇନ ଗୃହରେ ବ୍ୟାପକ ଅବ୍ୟବସ୍ଥା ଅଭିଯୋଗ । ଏଥିସହିତ କେତେକ ପଞ୍ଚାୟତରେ କ୍ଷମତାର ଅପବ୍ୟବହାର ହେଉଥିବା ନେଇ ଥାନାରେ ହୋଇଛି ଅଭିଯୋଗ । ଅଧିକ ପଢନ୍ତୁ..

boudha-corona-center
boudha-corona-center

By

Published : May 17, 2020, 1:52 PM IST

ବୌଦ୍ଧ: ଜିଲ୍ଲାର ବିଭିନ୍ନ ସ୍ଥାନରେ ଲକଡାଉନ ସମୟରେ ଫସି ରହିଥିବା ନିର୍ମାଣ ଶ୍ରମିକଙ୍କୁ ସେମାନଙ୍କ ରାଜ୍ୟକୁ ପ୍ରଶାସନ ପଠାଉଛି । ବିଶେଷ ଭାବରେ ପଶ୍ଚିମ ବଙ୍ଗର ଶହଶହ ଶ୍ରମିକ ଏବେ ଘର ମୁହାଁ ହୋଇଛନ୍ତି । ସେହିପରି ବାହାର ରାଜ୍ୟରେ ଥିବା ବୌଦ୍ଧର ପ୍ରବାସୀ ଶ୍ରମିକଙ୍କୁ ଜିଲ୍ଲାର 21ଟି ଅସ୍ଥାୟୀ ସ୍ବାସ୍ଥ୍ୟ ଶିବିରରେ ରଖାଯାଉଛି । ତେବେ କିଛି ନିର୍ଦ୍ଦିଷ୍ଟ ପଞ୍ଚାୟତର କ୍ବାରେଣ୍ଟାଇନରେ ବ୍ୟାପକ ଅବ୍ୟବସ୍ଥା ରହିଥିବା ଅଭିଯୋଗ ହୋଇଥିବା ବେଳେ ପଞ୍ଚାୟତରେ କ୍ଷମତାର ଅପବ୍ୟବହାର ହେଉଥିବା ନେଇ ଥାନାରେ ମାମଲା ପହଞ୍ଚିଲାଣି ।

କ୍ବାରେଣ୍ଟାଇନ ସେଣ୍ଟରରେ ବ୍ୟାପକ ଅବ୍ୟବସ୍ଥା ଅଭିଯୋଗ

ଗତ ତିନି ଦିନ ତଳେ ସରସରା ପଞ୍ଚାୟତର ସରପଞ୍ଚ ସ୍ବାମୀଙ୍କ ନାମରେ ବୌଦ୍ଧ ଥାନାରେ ଏତଲା ହୋଇଥିଲା ବେଳେ ମହାଲିକପଡା ସରପଞ୍ଚଙ୍କ ନାଁରେ ହରଭଙ୍ଗା ଥାନାରେ ଏତଲା ଦାୟର ହୋଇଥିଲା । ସେହିପରି ଶନିବାର ମଥୁରା ସରପଞ୍ଚ ଜଣେ ଓ୍ବାର୍ଡମେମ୍ବରଙ୍କ ନାରେ ଏତଲା ଦେଇଥିବା ବେଳେ ହରଭଙ୍ଗା ପଞ୍ଚାୟତରେ ଖାଦ୍ୟ ଓ ଅନ୍ୟାନ୍ୟ ଅବ୍ୟବସ୍ଥା ରହିଥିବା ଅଭିଯୋଗ କରି ଅନ୍ତେବାସୀ ମାନେ ରାଜରାସ୍ତାକୁ କିଛି ସମୟ ପାଇଁ ଅବରୋଧ କରିବା ଭଳି ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି । ତୁରନ୍ତ ଏଦିଗରେ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ପଦକ୍ଷେପ ଗ୍ରହଣ କରିବାକୁ ସ୍ଥାନୀୟ ଅଞ୍ଚଳରେ ଦାବି ହୋଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details