ବୌଦ୍ଧ: ବୌଦ୍ଧ ସିଡିଏମଓଙ୍କ ଚାଞ୍ଚଲ୍ୟକର ବୟାନ । ‘ଇଟିଭି ଭାରତ’କୁ ସ୍ବତନ୍ତ୍ର ସାକ୍ଷାତକାର ଦେଇ ସେ ଆମ୍ବୁଲାନ୍ସ ସେବା କିଭଳି ଅଭାବନୀୟ ପରିସ୍ଥିତିର ସମ୍ମୁଖୀନ ହୋଇଛି ତାର ଖୁଲାସା କରିଛନ୍ତି । ଏନେଇ ବୌଦ୍ଧ ଥାନାରେ ଏକ ମାମଲା ଦାୟର ହୋଇଛି ।
ବୌଦ୍ଧ ଜିଲ୍ଲାର କିଛି ନିର୍ଦ୍ଦିଷ୍ଟ ପଞ୍ଚାୟତରେ କିଭଳି କ୍ଷମତାର ଅପବ୍ୟବହାର କରାଯାଇ କୋରୋନା ସଂକ୍ରମଣର ଆଶଙ୍କା ସୃଷ୍ଟି କରାଯାଇଛି ସେ ସମ୍ପର୍କରେ ସୂଚନା ଦେଇଛନ୍ତି । ସୂଚନାନୁଯାୟୀ ବୌଦ୍ଧ ଜିଲ୍ଲାର ସରସରା ପଞ୍ଚାୟତକୁ ବୁଧବାର ଦୁଇ ଜଣ ସନ୍ଦିଗ୍ଧ ଗଞ୍ଜାମରୁ ଫେରିବା ଖବର ପାଇ ବୌଦ୍ଧ କୋଭିଡ ହେଲଥ ସେଣ୍ଟରରେ ନିୟୋଜିତ ଏକ ଆମ୍ବୁଲାନ୍ସକୁ ତୁରନ୍ତ ପଠାଯାଇଥିଲା । ସେହି ଦୁଇ ଜଣଙ୍କ ସହ ଆଉ ଜଣେ ମିଳିମିଶା କରିଥିବାରୁ ଉକ୍ତ 3 ଜଣଙ୍କୁ ନିକଟସ୍ଥ ରାଧାନଗର ପଞ୍ଚାୟତ କ୍ବାରେନଟାଇନ ହୋମକୁ ପଠାଯିବାର ଥିଲା । କିନ୍ତୁ ସରସରାରେ ସେଠାକାର ଲୋକପ୍ରତିନିଧି ଜଣଙ୍କୁ ଜୋର ଜବରଦସ୍ତି କରି ଆମ୍ବୁଲାନ୍ସ ଡ୍ରାଇଭର ନିକଟରେ ବସାଇ ପଠାଇବାରୁ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା ।