ଓଡିଶା

odisha

ETV Bharat / state

ହଟିବ ଜବରଦଖଲ, ବଦଳିବ ବୌଦ୍ଧ ଟାଉନହଲ ପରିବେଶ - ସମସ୍ୟାରେ ବୌଦ୍ଧ ଟାଉନହଲ

ଦୀର୍ଘ ଦିନ ଧରି ଜବରଦଖଲ ଓ ଅସ୍ବାସ୍ଥ୍ୟକର ପରିବେଶ ଦେଇ ଗତି କରୁଥିବା ବୌଦ୍ଧ ଟାଉନହଲ ଅବସ୍ଥା ସୁଧିରିବ । ଅବସ୍ଥା ସୁଧାର ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଖୋଦ ଜିଲ୍ଲାପାଳ । ଅଧିକ ସୂଚନା ପାଇଁ ପଢନ୍ତୁ...

Boudh town hall in problem
ହଟିବ ଜବରଦଖଲ ବଦଳିବ ବୌଦ୍ଧ ଟାଉନହଲ

By

Published : Feb 22, 2020, 1:52 PM IST

ବୌଦ୍ଧ: ଜବରଦଖଲ ଓ ଅସ୍ବାସ୍ଥ୍ୟକର ପରିବେଶ ସମସ୍ୟା ଦେଇ ଗତି କରୁଥିବା ବୌଦ୍ଧ ଟାଉନ ହଲ ଖୁବ ଶ୍ରୀଘ୍ର ବଦଳିବାକୁ ଯାଉଛି । ବାରମ୍ବାର ବୁଦ୍ଧିଜୀବୀଙ୍କ ଅଭିଯୋଗ ପରେ ଟାଉନହଲ ଅବସ୍ଥା ସୁଧାରିବାକୁ ନିର୍ଦ୍ଦେଶ ଦେଇଛନ୍ତି ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ।

ପୌର ପରିଷଦ ବୌଦ୍ଧଗଡ ଅଧିନରେ ରହିଛି ସହରର ଏକମାତ୍ର ଟାଉନହଲ । କିନ୍ତୁ ଏଠାକାର ପରିବେଶକୁ ନେଇ ବୁଦ୍ଧିଜୀବୀଙ୍କ ସହିତ ଖୋଦ ଜିଲ୍ଲାପାଳ ମଧ୍ୟ ଗଭୀର ଉଦବେଗ ପ୍ରକାଶ କରିଛନ୍ତି । ଟାଉନହଲ ପରିସର ଅନ୍ୟ ଲୋକଙ୍କ ଦଖଲ ଅଧିକାଂଶ ସମୟ ରହିବା ସହ ପରିସରରେ ପରିତ୍ୟକ୍ତ ଗାଡି ଓ ଅନ୍ୟାନ୍ୟ ସାମଗ୍ରୀ ଜମା ହୋଇ ରହୁଛି । ଫଳରେ ଟାଉନହଲ ପରିବେଶ ଅତ୍ୟନ୍ତ ଖରାପ ହୋଇପଡିଛି ।

ହଟିବ ଜବରଦଖଲ ବଦଳିବ ବୌଦ୍ଧ ଟାଉନହଲ

ବୌଦ୍ଧ ସହରର ମୁଖ୍ୟ ସ୍ଥାନରେ ଥିବା ଏହି ଟାଉନହଲରେ ପ୍ରାୟଦିନ ଜିଲ୍ଲାର ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ । କିନ୍ତୁ ଏହାର ପରିବେଶ ଓ ପଡି ରହୁଥିବାରୁ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ସହରବାସୀ । ଏନେଇ ବାରମ୍ବାର ସାଧାରଣ ଓ ବୁଦ୍ଧିଜୀବୀଙ୍କ ଅଭିଯୋଗ ପରେ ତୁରନ୍ତ ପଦକ୍ଷେପ ନେବାକୁ ଏନଏସି କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ।


ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details