ଓଡିଶା

odisha

By

Published : Mar 29, 2020, 3:32 PM IST

ETV Bharat / state

ଝାରସୁଗୁଡାରୁ ବ୍ରହ୍ମପୁର ଚାଲିଚାଲି ଯିବାବେଳେ 3 ଶ୍ରମିକ ବୌଦ୍ଧରେ ଉଦ୍ଧାର

ବୌଦ୍ଧ ଓ କିଶୋରନଗର ଅଞ୍ଚଳର ଚାଳିଶରୁ ଉର୍ଦ୍ଧ୍ବ ଶ୍ରମିକ ଦୀର୍ଘ ଦଶ ଦିନ ହେଲା ଭୋକ ଉପାସରେ ସୁରଟରେ ଫସି ରହିଛନ୍ତି । ସେମାନଙ୍କୁ ଉଦ୍ଧାର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଆକୁଳ ନିବେଦନ କରିଛନ୍ତି । ଅନ୍ୟପଟେ ଲକ୍‌ ଡାଉନ୍‌ ଯୋଗୁଁ ଦୀର୍ଘ ରାସ୍ତାକୁ ପାଦରେ ଚାଲି ନିଜ ଘରକୁ ଫେରୁଛନ୍ତି ଶ୍ରମଜୀବୀ ।

3ଜଣ ଶ୍ରମିକଙ୍କୁ ଉଦ୍ଧାର କରି ଖାଦ୍ୟପେୟ ଯୋଗାଇଲେ ସ୍ବେଚ୍ଛାସେବୀ
boudh-people-stuck-in-surat

ବୌଦ୍ଧ: ଲକ୍‌ ଡାଉନ୍‌ ଯୋଗୁଁ ରାସ୍ତାରେ ଗାଡିମୋଟର ଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ଗମନାଗମନ ଉପରେ ଲାଗିଛି ପ୍ରତିବନ୍ଧକ । କିନ୍ତୁ ଅସହାୟ ତଥା ପେଟ ଭୋକ ବିକଳରେ ଦୀର୍ଘ ରାସ୍ତାକୁ ପାଦରେ ଚାଲି ନିଜ ଘରକୁ ଫେରୁଛନ୍ତି ଶ୍ରମଜୀବୀ । ଏଭଳି ତିନି ଜଣ ଶ୍ରମିକଙ୍କୁ ବୌଦ୍ଧ ନିକଟରେ ଉଦ୍ଧାର କରି ଖାଦ୍ୟ ଦିଆଯାଇଛି । ସେପଟେ ସୁରଟରେ ବୌଦ୍ଧ ଓ କିଶୋରନଗର ଅଞ୍ଚଳର ଚାଳିଶରୁ ଉର୍ଦ୍ଧ୍ବ ଶ୍ରମିକ ଫସି ରହିଥିବା ସୂଚନା ମିଳିଛି ।

3ଜଣ ଶ୍ରମିକଙ୍କୁ ଉଦ୍ଧାର କରି ଖାଦ୍ୟପେୟ ଯୋଗାଇଲେ ସ୍ବେଚ୍ଛାସେବୀ

ବୌଦ୍ଧ ଓ କିଶୋରନଗର ଅଞ୍ଚଳର ଚାଳିଶରୁ ଉର୍ଦ୍ଧ୍ବ ଶ୍ରମିକ ଦୀର୍ଘ ଦଶ ଦିନ ହେଲା ଭୋକ ଉପାସରେ ସୁରଟରେ ଫସି ରହିଥିବାରୁ ସେମାନଙ୍କୁ ଉଦ୍ଧାର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଆକୁଳ ନିବେଦନ କରିଛନ୍ତି । ଏପଟେ ଝାରସୁଗୁଡାରୁ ଭଞ୍ଜନଗର ପର୍ଯ୍ୟନ୍ତ ପାଦରେ ଚାଲି ଚାଲି ଯାଉଥିବା ବେଳେ 3ଜଣ ଶ୍ରମଜୀବୀଙ୍କୁ ବୌଦ୍ଧ ନିକଟସ୍ଥ ବୁଟୁପାଲି ଠାରେ କିଛି ସ୍ବେଛାସେବୀ ଉଦ୍ଧାର କରିଛନ୍ତି । ବୁଟୁପାଲିଠାରେ ସେମାନଙ୍କର ରହିବା ବ୍ୟବସ୍ଥା ସହ ଖାଦ୍ୟପେୟ ଯୋଗାଇ ଦିଆଯାଇଛି । ପରେ ପ୍ରଶାସନର ନିର୍ଦ୍ଦେଶ ମତେ ପଦକ୍ଷେପ ନିଆଯିବ ବୋଲି ସୂଚନା ମିଳିଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details