ବୌଦ୍ଧ:ଅବ୍ୟବସ୍ଥା ଘେରରେ ଜିଲ୍ଲା ସଦର ମହକୁମାର ପ୍ରମୁଖ ବଜାର । ବୌଦ୍ଧ ଜିଲ୍ଲାର ଏକମାତ୍ର ପୌରାଞ୍ଚଳ ଅଧିନରେ ଥିବା ଏହି ମୁଖ୍ୟ ବଜାରର ଅବସ୍ଥା ଏବେ ନକହିବା ଭଲ । ଖରା ଦିନରେ ଡହ ଡହ ଖରାରେ ପରିବା ବ୍ୟବସାୟୀ ହଇରାଣ ହେଉଥିବା ବେଳେ ବର୍ତ୍ତମାନ ବର୍ଷା ଦିନରେ ବଜାର ରାସ୍ତାରେ କାଦୁଅ ହୋଇଥିବାରୁ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଦୁଇ ବର୍ଷ ହେଲା କୋରୋନା କଟକଣା ଯୋଗୁଁ ବୌଦ୍ଧର ଏହି ବଜାରକୁ ଗଣେଶ ମାର୍କେଟରୁ ଉଠାଇ ନେଇ ଛାପାଖାନା ପଡିଆରେ ବସାଯାଇଥିଲା । ଦୁଇ ବର୍ଷ ହେଲା ଏହି ସ୍ଥାନରେ ବଜାର ବସୁଥିବା ବେଳେ ଏଠାରେ ଚାଷୀ ଓ ବ୍ୟବସାୟୀଙ୍କ ପାଇଁ କୌଣସି ପ୍ରକାରର ଆନୁସଙ୍ଗିକ ସୁବିଧା କରାଯାଇ ନାହିଁ ।
ଅବ୍ୟବସ୍ଥା ଘେରରେ ବୌଦ୍ଧ NACର ପ୍ରମୁଖ ବଜାର - ବୌଦ୍ଧ ଏନଏସିର ପ୍ରମୁଖ ବଜାର
ଅବ୍ୟବସ୍ଥା ଘେରରେ ବୌଦ୍ଧ ଜିଲ୍ଲାର ଏକମାତ୍ର ପୌରାଞ୍ଚଳ ଅଧିନରେ ଥିବା ଏହି ମୁଖ୍ୟ ବଜାର । ଅଧିକ ପଢନ୍ତୁ...
ଅବ୍ୟବସ୍ଥା ଘେରରେ ବୌଦ୍ଧ ଏନଏସିର ପ୍ରମୁଖ ବଜାର
ପାନୀୟଜଳ ଠାରୁ ଆରମ୍ଭ କରି ଶୌଚାଳୟ ଏପରିକି ବସିବା ପାଇଁ ମଧ୍ୟ ଠିକରେ କୌଣସି ସୁବିଧା କରାଯାଇ ନାହିଁ । ସେପଟେ ଟିକସ ଆଦାୟର ଦୌରାତ୍ମ୍ୟରେ ଚାଷୀ ଅତିଷ୍ଠ ହୋଇପଡିଛନ୍ତି ।ସାଇକେଲ ଷ୍ଟାଣ୍ଡ ନଥାଇ ମଧ୍ୟ ଏଥିପାଇଁ ଟିକସ ଦେବାକୁ ପଡୁଛି । ସେପଟେ ଏନେଇ ଉଠା ପନିପରିବା ବ୍ୟବସାୟୀ ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁ ନଥିବା ଅଭିଯୋଗ ହୋଇଛି । ଶୁକ୍ରବାର ବଜାରର ଅବ୍ୟବସ୍ଥାକୁ ନେଇ ବ୍ୟବସାୟୀ ମାନେ ବୌଦ୍ଧ ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ କରି ଏହାର ପ୍ରତିକାର ପାଇଁ ଦାବି କରିଛନ୍ତି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ