ଓଡିଶା

odisha

ETV Bharat / state

ମେନୁଆପାଜୁ ଗାଁକୁ ବାଟ ହୁଡିଛି ଯୋଜନା

ସ୍ବାଧୀନତାର ଦୀର୍ଘ ବର୍ଷ ପରେ ଏବେ ବି ମୌଳିକ ସୁବିଧାରୁ ବଞ୍ଚିତ ବୌଦ୍ଧ ଜିଲ୍ଲାର ମେନୁଆପାଜୁ ଗାଁ । ନା ଅଛି ରାସ୍ତା, ନା ମିଳୁଛି କୌଣସି ସୁବିଧା । ଫଳରେ ଲୋକେ ନାନା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

By

Published : Sep 1, 2019, 11:54 AM IST

ବୌଦ୍ଧ: ଗାଁର ବିକାଶ ହେଲେ ସମାଜର ବିକାଶ ହେବ । ସମାଜର ବିକାଶ ହେଲେ ରାଜ୍ୟ ଓ ଦେଶର ମଧ୍ୟ ବିକାଶ ହେବ । ପ୍ରତ୍ୟେକ ଗାଁକୁ ବିକଶିତ କରିବା ପାଇଁ ସରକାରଙ୍କ ମାଳମାଳ ଯୋଜନା । ହେଲେ ସବୁ ଯୋଜନା ଯେମିତି ବୌଦ୍ଧ ଜିଲ୍ଲା ମେନିଆପାଜୁ ଗାଁ ଲୋକଙ୍କ ପାଇଁ ଯେମିତି ମୂଲ୍ୟହୀନ ହୋଇପଡିଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ପାହାଡ ଜଙ୍ଗଲ ଘେରା ମେନିଆପାଜୁ ଗାଁ । ଗାଁର ପ୍ରାୟ ଲୋକ ଆଦିବାସୀ ସଂପ୍ରଦାୟର । ପ୍ରାକୃତିକ ପରିବେଶ ମଧ୍ୟରେ ରହିଥିବା ଏହି ଗାଁ ପାଇଁ ଯେମିତି ସରକାର ଆଖି ମୁଜିଦେଇଛନ୍ତି । ନା ଅଛି ଲୋକଙ୍କ ପାଇଁ ରାସ୍ତା, ନା କୌଣସି ଯୋଜନା। ଗାଁ ଯାତାୟତ ପାଇଁ ରାସ୍ତାଟିଏ ନଥିବାରୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ ।

ଗାଁକୁ ଯିବାକୁ ହେଲେ ନାଳ ଦେଇ ଯିବାକୁ ପଡେ । ଅନ୍ୟ ଦିନେ ତ ଯେଣତେଣ ଚଳିଯାଏ ହେଲେ ବର୍ଷା ଦିନେ ହେଲେ ଗାଁଟି ଯେମିତି ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଏ । ଗାଁ ଠାରୁ ସ୍କୁଲ ଓ ଅଙ୍ଗନୱାଡି ବହୁ ଦୂରରେ ଥିବାରୁ ପିଲା ମାନେ ନାନା ଅସୁବିଧାର ସମ୍ମୁଖୀନ ହୁଅନ୍ତି । ଏନେଇ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ପଚରାଯିବାରୁ ସେ ସମସ୍ୟା ସମାଧାନ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details