ବୌଦ୍ଧ: ଗଦା ହୋଇ ରହିଛି କୁଢ କୁଢ ଆବର୍ଜନା । ଆମେ କହୁନାହୁଁ କୌଣସି ଡମ୍ପିଂୟାର୍ଡର କଥା । ଆମେ କହୁଛୁ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପ୍ରମୁଖ ରାସ୍ତା କଡରେ ଥିବା ଆବର୍ଜନା କୁଣ୍ଡର କଥା । ଅଭିଯୋଗ ହେଉଛି କି, ଉକ୍ତ ସ୍ଥାନରୁ ଦୀର୍ଘ ଦିନ ଧରି ଅଳିଆ ସଫା ହେଉନାହିଁ । ଯାହାଫଳରେ ଆସୁଥିବା ରୋଗୀ ସୁସ୍ଥ ହୋଇ ଫେରିବା ପରିବର୍ତ୍ତେ ଆହୁରି ରୋଗଗ୍ରସ୍ତ ହୋଇଯିବେ ।
ଏହାର ତଦନ୍ତ କରିବାକୁ ବୁଧବାର ପୌର କର୍ମଚାରୀ, ନିର୍ବାହୀ ଅଧିକାରୀ ମେଡିକାଲ ମ୍ୟାନେଜରଙ୍କ ଉପସ୍ଥିତିରେ ଡାକ୍ତରଖାନାରେ ପହଞ୍ଚିଥିଲେ । ଉକ୍ତ ଆବର୍ଜନା କୁଣ୍ଡରେ ସିରିଞ୍ଜ, କାଚବୋତଲ ଆଦି ପକାଇବାର ନିୟମ ନଥିଲେ ମଧ୍ୟ ମେଡିକାଲ କର୍ମଚାରୀଙ୍କ ଅବହେଳାରୁ ଏଭଳି ପରିସ୍ଥିତି ଉପୁଜିଥିବା ଜଣାପଡିଛି ।