ଓଡିଶା

odisha

ETV Bharat / state

ଦିବ୍ୟାଙ୍ଗ ସୁରଞ୍ଚି: ଖୁବ୍ ଶୀଘ୍ର ମିଳିବ ସରକାରୀ ଭତ୍ତା

ଦିବ୍ୟାଙ୍ଗ ସୁରଞ୍ଚି ସରକାରୀ ଚିହ୍ନଟ ଅନୁଯାୟୀ 75 ପ୍ରତିଶତ ଦିବ୍ୟାଙ୍ଗ । ହେଲେ ମାସିକ ଭତ୍ତା ହିସାବରେ ତାଙ୍କୁ ମାତ୍ର ତିନି ଶହ ଟଙ୍କା ମିଳୁଥିଲା । କିନ୍ତୁ ବର୍ତ୍ତମାନ ଦୁଇ ମାସ ହେଲା ସେ ପଚାଶ ପ୍ରତିଶତ ପାଇଁ ଉଦ୍ଦିଷ୍ଟ ପାଞ୍ଚ ଶହ ଟଙ୍କା ମାସିକ ଭତ୍ତା ପାଉଛନ୍ତି । ଇଟିଭି ଭାରତ ଠାରୁ ଖବର ପାଇବା ପରେ ପଞ୍ଚାୟତ ଅଧିକାରୀ ଅତିଶୀଘ୍ର ସୁରଞ୍ଚିକୁ ସାତଶହ ଟଙ୍କା ଭତ୍ତା ପାଇବାର ବ୍ୟବସ୍ଥା କରିବେ ବୋଲି କହିଛନ୍ତି ।

ଫଟୋ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

By

Published : Jun 26, 2019, 2:26 PM IST

ବୌଦ୍ଧ: ବୟସ ସତର ହେଲାଣି, ହେଲେ ମା କୋଳରେ ହିଁ ବିତୁଛି ଅଧିକାଂଶ ସମୟ । ଜନ୍ମରୁ ଦିବ୍ୟାଙ୍ଗ ଥିବା ସୁରଞ୍ଚି 75 ପ୍ରତିଶତ ଦିବ୍ୟାଙ୍ଗ ସାର୍ଟିଫିକେଟ ପାଇଥିଲେ ମଧ୍ୟ ପଚାଶ ପ୍ରତିଶତର ସରକାରୀ ଭତ୍ତା ପାଉଛି । ଏସମ୍ପର୍କରେ ଇଟିଭି ଭାରତ ନିକଟରୁ ଖବର ପାଇବା ପରେ ପଞ୍ଚାୟତ ଅଧିକାରୀ ଅତିଶୀଘ୍ର ଦିବ୍ୟାଙ୍ଗଙ୍କୁ ଆଉ ଦୁଇ ଶହ ଟଙ୍କା ଭତ୍ତା ବୃଦ୍ଧି କରାଯିବ ବୋଲି କହିଛନ୍ତି ।


ସୂଚନା ମୁତାବକ, ବୌଦ୍ଧ ଜିଲ୍ଲା ପଦ୍ମନପୁର ପଞ୍ଚାୟତ ଅନ୍ତର୍ଗତ ଦାମୋଦରପୁର ଗ୍ରାମର ସନ୍ତୋଷ ସେଠୀ ଓ ଦୁଲେଇ ସେଠୀଙ୍କ ଝିଅ ସୁରଞ୍ଚି । ଏବେ ସୁରଞ୍ଚିଙ୍କ ବୟସ 17 ବର୍ଷ । ହେଲେ ଏବେବି ସେ ଅଧିକାଂଶ ସମୟ ମା କୋଳରେ ବିତାଉଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ସରକାରୀ ଚିହ୍ନଟରେ ସୁରଞ୍ଚିଙ୍କୁ 75 ପ୍ରତିଶତ ଦିବ୍ୟାଙ୍ଗ ଦର୍ଶାଯାଇଛି । ହେଲେ ମାସିକ ଭତ୍ତା ହିସାବରେ ତାଙ୍କୁ ମାତ୍ର ତିନି ଶହ ଟଙ୍କା ମିଳୁଥିଲା । କିନ୍ତୁ ବର୍ତ୍ତମାନ ଦୁଇ ମାସ ହେଲା ସେ ପଚାଶ ପ୍ରତିଶତ ପାଇଁ ଉଦ୍ଦିଷ୍ଟ ପାଞ୍ଚ ଶହ ଟଙ୍କା ମାସିକ ଭତ୍ତା ପାଉଛନ୍ତି ।

କିନ୍ତୁ ସରକାରୀ ନିୟମ ଅନୁଯାୟୀ ସେ ପ୍ରକୃତରେ ମାସିକ 700 ଟଙ୍କା ଭତ୍ତା ସହ ତିନି ଚକିଆ ସାଇକେଲ ଓ ଅନ୍ୟ ସୁବିଧା ପାଇବା କଥା । କିନ୍ତୁ ଆଜି ପର୍ଯ୍ୟନ୍ତ ସୁରଞ୍ଚି କାହିଁକି ଓ କେଉଁ ପରିସ୍ଥିତିରେ ସରକାରୀ ବ୍ୟବସ୍ଥା ଠାରୁ ଅଵହେଳିତ ହୋଇ ରହିଛନ୍ତି ତାହା ଏକ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ତେବେ ଏନେଇ ଇଟିଭି ଭାରତ ଠାରୁ ଖବର ପାଇବା ପରେ ପଞ୍ଚାୟତ ଅଧିକାରୀ ଅତିଶୀଘ୍ର ସୁରଞ୍ଚିକୁ 700 ଟଙ୍କା ଭତ୍ତା ପାଇବାର ବ୍ୟବସ୍ଥା କରିବେ ବୋଲି କହିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details