ଓଡିଶା

odisha

ETV Bharat / state

ସେବା ମାଗୁଛି ଆୟୁର୍ବେଦିକ ସ୍ବାସ୍ଥ୍ୟସେବା, ଅବହେଳିତ ଡାକ୍ତରଖାନା

କେଉଁଠି ଯୋଜନା ଅପହଞ୍ଚ ତ କେଉଁଠି ଖତ ଖାଉଛି ଯୋଜନା। ମୋଳିକ ସୁବିଧା ଯୋଗାଇବାରେ ସରକାରଙ୍କ ମାଳମାଳ ଯୋଜନା ହେଲେ ଏଥିରୁ ବଞ୍ଚିତ ହେଉଛନ୍ତି ଗ୍ରାମବାସୀ। ବୌଦ୍ଧ ଜିଲ୍ଲା ଦିହ୍ୟା ଅଞ୍ଚଳରେ ଭୂତ କୋଠରୀ ପାଲଟିଛି ଆୟୁର୍ବେଦ ଚିକିତ୍ସାଳୟ।

By

Published : Mar 25, 2019, 2:56 PM IST

Updated : Mar 26, 2019, 11:49 AM IST

ଫଟୋ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ବୌଦ୍ଧ: ଲୋକଙ୍କୁ ମୌଳିକ ସୁବିଧା ଯୋଗାଇବା ପାଇଁ ସରକାରଙ୍କ ମାଳମାଳ ଯୋଜନା। ସ୍ବାସ୍ଥ୍ୟ, ଗମନାଗମନ, ଶିକ୍ଷା, ଭଳି କାହିଁ କେତେ ଯୋଜନା। ହେଲେ ଏ ଯୋଜନା ଭିତରୁ କେତେକ ବାଟବଣା ହେଉଥିବା ବେଳେ ଆଉ କେତେକ ଖତ ଖାଉଛି। ଲୋକଙ୍କୁ ଆୟୁର୍ବେଦ ଚିକିତ୍ସା ଯୋଗାଇବା ଲାଗି ବୌଦ୍ଧ ଜିଲ୍ଲାରେ ଆରମ୍ଭ ହୋଇଥିଲା ଆୟୁର୍ବେଦ ଚିକିତ୍ସାଳୟ। ହେଲେ ଏ ଚିକିତ୍ସାଳୟ ଏବେ ପାଲଟିଛି ଭୂତ କୋଠରୀ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ଲୋକଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଇବା ଉଦ୍ଦେଶ୍ୟରେ ଦହ୍ୟା ଠାରେ ଖୋଲାଯାଇଥିଲା ଆୟୁର୍ବେଦ ଡାକ୍ତରଖାନା। ହେଲେ ଏଠି ଏବେ ରାଜୁତି କରୁଛି ନିର୍ଜନତା। ଦିନଥିଲା ଏହି କେନ୍ଦ୍ର ରୋଗୀଙ୍କୁ ଉତ୍ତମ ସେବା ପ୍ରଦାନ କରିବାରୁ ଅଞ୍ଚଳରେ ନାଁ କରିଥିଲା କିନ୍ତୁ ଆଜିର ସତ୍ୟତା ଅଞ୍ଚଳବାସୀଙ୍କୁ ଦୁଃଖିତ କରି ପକାଇଛି।

ଅଞ୍ଚଳର ଏକମାତ୍ର ଏହି ଡାକ୍ତରଖାନାରେ ନା ଅଛନ୍ତି ଡାକ୍ତର ନା ଅଛନ୍ତି କର୍ମଚାରୀ। ଜଣେ ମାତ୍ର ରାତି ଜଗୁଆଳିଙ୍କ ଭରସାରେ ବଞ୍ଚିଛି ଏହି ମୃତ ପ୍ରାୟ ଅନୁଷ୍ଠାନ। ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ଏପରି ଆୟୁର୍ବେଦ ଡାକ୍ତରଖାନା ନିମନ୍ତେ ମାତ୍ର ଜଣେ ଡାକ୍ତର ଅଛନ୍ତି। ସେ ପୁଣି ଦୟାକଲେ ରୋଗୀ ସେବା ଟିକକ ମିଳିବ।

ଏଭଳି ପରିସ୍ଥିତିରେ ଦହ୍ୟା ଅଞ୍ଚଳର ଗରିବ ରୋଗୀ ଭଗବାନଙ୍କ ଭରସାରେ ମୃତ୍ୟୁ ମୁଖକୁ ଠେଲିହୋଇ ଯାଆନ୍ତି। ଏଣୁ ଅତି ଶିଘ୍ର ଏହି ଜନକଲ୍ୟାଣକାରୀ ଅନୁଷ୍ଠାନକୁ ପୁନର୍ଜିବୀତ କରିବାକୁ ସାଧାରଣରେ ଦାବି ହୋଇଛି।

ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ

Last Updated : Mar 26, 2019, 11:49 AM IST

ABOUT THE AUTHOR

...view details