ଓଡିଶା

odisha

ETV Bharat / state

ଗଞ୍ଜେଇ ଚାଷର ଗୋଲକ ଧନ୍ଦା, ଅବକାରୀ ବିଭାଗ ଚଢାଉକୁ ନେଇ ପ୍ରଶ୍ନ

କୋଟି କୋଟି ଟଙ୍କାର ଗଞ୍ଜେଇ ଚାଷକୁ ଅବକାରୀ ଓ ପୋଲିସ ନଷ୍ଟ କରୁଥିବା ସୂଚନା ମିଳୁଥିବା ବେଳେ ଏହାର ସତ୍ୟତା ଓ ବାସ୍ତବତା ନେଇ ଏବେ ପ୍ରଶ୍ନ ଉଠାଇଛନ୍ତି ବୁଦ୍ଧିଜୀବୀ। ଅଧିକ ପଢନ୍ତୁ...

By

Published : Jan 9, 2021, 12:31 PM IST

ଗଞ୍ଜେଇ ଚାଷର ଗୋଲକ ଧନ୍ଦା, ଅବକାରୀ ବିଭାଗର ଚଢାଉକୁ ନେଇ ପ୍ରଶ୍ନବାଚୀ
ଗଞ୍ଜେଇ ଚାଷର ଗୋଲକ ଧନ୍ଦା, ଅବକାରୀ ବିଭାଗର ଚଢାଉକୁ ନେଇ ପ୍ରଶ୍ନବାଚୀ

ବୌଦ୍ଧ: କୋଟି କୋଟି ଟଙ୍କାର ଗଞ୍ଜେଇ ଚାଷକୁ ଅବକାରୀ ଓ ପୋଲିସ ନଷ୍ଟ କରୁଥିବା ସୂଚନା ମିଳିଥାଏ । କିନ୍ତୁ ତାର ସତ୍ୟତା ଓ ବାସ୍ତବତା ନେଇ ଏବେ ପ୍ରଶ୍ନ ଉଠାଇଛନ୍ତି ବୁଦ୍ଧିଜୀବୀ। ଶୁକ୍ରବାର 2021 ମସିହାର ପ୍ରଥମ ଗଞ୍ଜେଇ ଚାଷ ନଷ୍ଟ ଅଭିଯାନରେ ବୌଦ୍ଧ ଅବକାରୀ ବିଭାଗ ବଘିଆପଡା ପଞ୍ଚାୟତ ଅନ୍ତର୍ଗତ ସମାପାଜୁ ଗ୍ରାମ୍ୟ ଜଙ୍ଗଲରେ ଚଢ଼ାଉ କରି 45 ଏକର ଗଞ୍ଜେଇ ଚାଷକୁ ନଷ୍ଟ କରିଥିବା ସୂଚନା ମିଳିଛି । ତେବେ ଏହାର ବାସ୍ତବତା ସମ୍ପୂର୍ଣ୍ଣ ଭିନ୍ନ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

ଗଞ୍ଜେଇ ଚାଷର ଗୋଲକ ଧନ୍ଦା, ଅବକାରୀ ବିଭାଗର ଚଢାଉକୁ ନେଇ ପ୍ରଶ୍ନବାଚୀ

ଅଳ୍ପ କିଛି ଅଞ୍ଚଳର ଗଞ୍ଜେଇ ଚାଷକୁ ନଷ୍ଟ କରି କାହିଁକି ଓ କେଉଁ ଉଦ୍ଦେଶ୍ୟରେ ଏତେ ପରିମାଣରେ ସୂଚନା ଦିଆଯାଉଛି, ସେନେଇ ବୁଦ୍ଧିଜୀବୀ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି । ଗୋଟିଏ ପଟରେ ଗଞ୍ଜେଇର ହବ ଭାବରେ ପରିଚିତ ଥିବା କିଛି ନିର୍ଦ୍ଦିଷ୍ଟ ଅଞ୍ଚଳ ଉପରେ ଅବକାରୀ କିମ୍ବା ପୋଲିସ ଚଢ଼ାଉ ନକରି କଣ୍ଟାମାଳ ବ୍ଲକର କେତେକ ପୂର୍ବ ନିର୍ଦ୍ଧାରିତ ଅଞ୍ଚଳରେ ଅବକାରୀ ବିଭାଗ ଘୁରି ବୁଲୁଥିବା ଚର୍ଚ୍ଚା ହେଉଛି । ଏହା ରିତିମତ କୌଣସି ଯୋଜନା ନା କାହା ଚାପରେ ଏଭଳି ଦସ୍ତାବିଜ ପ୍ରସ୍ତୁତ ପାଇଁ ଅବକାରୀ ବିଭାଗ ବାଧ୍ୟ ହେଉଛି, ସେନେଇ ଉଠିଛି ପ୍ରଶ୍ନବାଚୀ ।

ସେପଟେ ଗୁରୁବାର ଦିନ ଘଟିଥିବା କିରାସିରା ହତ୍ୟାକାଣ୍ଡକୁ ଦୁଇ ଦିନ ବିତି ଯାଇଥିଲେ ମଧ୍ୟ ଆସାମୀର କୌଣସି ସନ୍ଧାନ ପାଉନାହିଁ ବୌଦ୍ଧ ପୋଲିସ ।


ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details