ବୌଦ୍ଧ: ଜିଲ୍ଲାର ପାଞ୍ଚଟି ରେଞ୍ଜର ଜଙ୍ଗଲରେ ଏବେ ଅସୁରକ୍ଷିତ ବନ୍ୟପ୍ରାଣୀ । କେବଳ ସପ୍ତାହକ ମଧ୍ୟରେ ପାଞ୍ଚରୁ ଉର୍ଦ୍ଧ୍ବ ବନ୍ୟଜନ୍ତୁଙ୍କ ଶୀକାର ପଶୁପ୍ରେମୀଙ୍କୁ ଗଭୀର ଚିନ୍ତାରେ ପକାଇଛି । ଏଭଳି ସମୟରେ ଜଣେ ଶିକ୍ଷିତ ଯୁବ ଚାଷୀ ଏକ ହରିଣକୁ ଉଦ୍ଧାର କରି ବନ ବିଭାଗ ସହାୟତାରେ ଜଙ୍ଗଲରେ ଛାଡିବା ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି ।
ଯୁବ ଚାଷୀଙ୍କ ସହାୟତାରେ ବାଟବଣା ହରିଣକୁ ଉଦ୍ଧାର କଲା ବୌଦ୍ଧ ବନ ବିଭାଗ - deer rescued in bpudh
ବୌଦ୍ଧ ବନଖଣ୍ଡ ଅନ୍ତର୍ଗତ କନକପୁର ଗାଁ ଭିତରକୁ ଖାଦ୍ୟ ଅନ୍ବେଷଣରେ ନିକଟସ୍ଥ ଜଙ୍ଗଲ ଅଞ୍ଚଳରୁ ଏକ ଅଣ୍ଡିରା ହରିଣ ଚାଲିଆସି ବାଟବଣା ହୋଇଯାଇଥିଲା । ହରିଣଟିକୁ ପାଇ ଜଣେ ଯୁବ ଚାଷୀ ବନ ବିଭାଗକୁ ଖବର ଦେବା ପରେ ତାକୁ ଜଙ୍ଗଲରେ ଛଡାଇଯାଇଛି । ଅଧିକ ପଢନ୍ତୁ...
ବୌଦ୍ଧ ବନଖଣ୍ଡ ଅନ୍ତର୍ଗତ କନକପୁର ଗାଁ ଭିତରକୁ ଖାଦ୍ୟ ଅନ୍ବେଷଣରେ ନିକଟସ୍ଥ ଜଙ୍ଗଲ ଅଞ୍ଚଳରୁ ଏକ ଅଣ୍ଡିରା ହରିଣ ଚାଲିଆସି ବାଟବଣା ହୋଇ ଜଣେ ଯୁବ ଚାଷୀଙ୍କ ବାଡିରେ ଫସି ରହିଥିଲା । ହରିଣକୁ ଚାଷୀ ଜଣକ ଉଦ୍ଧାର କରି ଉପଯୁକ୍ତ ଚିକିତ୍ସା ପରେ ବନ ବିଭାଗକୁ ଖବର ଦେଇଥିଲେ । ପ୍ରାୟ 5 ଦିନର ଚିକିତ୍ସା ପରେ ହରିଣଟି ସୁସ୍ଥ ହୋଇଯିବାରୁ ତାକୁ ବୌଦ୍ଧ ବନାଞ୍ଚଳ ଅନ୍ତର୍ଗତ ବାଙ୍କମୁଣ୍ଡି ସଂରକ୍ଷିତ ଜଙ୍ଗଲରେ ଛଡାଯାଇଛି ।
ହରିଣଟିକୁ ଜଙ୍ଗଲ ବିଭାଗ କର୍ମଚାରୀଙ୍କ ଉପସ୍ଥିତିରେ ଘଞ୍ଚ ଜଙ୍ଗଲ ମଧ୍ୟରେ ଛାଡିଦିଆଯାଇଛି । ବୌଦ୍ଧ ରେଞ୍ଜର ଆଶିଷ କହଁର, ପ୍ରକାଶ କୁମାର ପ୍ରଧାନ, ପରିବେଶବିତ ସ୍ବରାଜ କହଁର ପ୍ରମୁଖ ଉପସ୍ଥିତ ରହି ହରିଣକୁ ଜଙ୍ଗଲରେ ଛାଡିଥିଲେ ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ