ଓଡିଶା

odisha

ETV Bharat / state

ବୌଦ୍ଧର ପ୍ରସିଦ୍ଧ ‘ଦିଅଁ ବିହୀନ’ ମନ୍ଦିର

ବୌଦ୍ଧରେ ବିଭିନ୍ନ ମନ୍ଦିର ମଧ୍ୟରୁ ବଘିଆପଡା ପଞ୍ଚାୟତ ଦୁର୍ଗାପ୍ରସାଦ ଗ୍ରାମର ମାହାପୃ ଜଙ୍ଗଲରେ ଥିବା ଇଟା ନିର୍ମିତ ଅଷ୍ଟକୋଣୀ ଦେଉଳ ଅନ୍ୟତମ । ଏହାକୁ ଦିଅଁ ବିହୀନ ମନ୍ଦିର ବୋଲି ସାଧାରଣରେ କୁହାଯାଏ ।

By

Published : Jul 10, 2019, 8:01 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ବୌଦ୍ଧ: ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ରହିଛି ଅନେକ ପ୍ରାଚୀନ ତଥା ଅଦ୍ଭୁତ ମନ୍ଦିର । ତନ୍ମଧ୍ୟରୁ ଜିଲ୍ଲା ବଘିଆପଡା ପଞ୍ଚାୟତ ଦୁର୍ଗାପ୍ରସାଦ ଗ୍ରାମର ମାହାପୃ ଜଙ୍ଗଲରେ ଥିବା ଇଟା ନିର୍ମିତ ଅଷ୍ଟକୋଣୀ ଦେଉଳ ଅନ୍ୟତମ । ଏହାକୁ ଦିଅଁ ବିହୀନ ମନ୍ଦିର ବୋଲି ସାଧାରଣରେ କୁହାଯାଏ । ମନ୍ଦିର ନିର୍ମାଣ ଶୈଳି ଦେଖିଲେ ଜଣାପଡେ ଏହା ତନ୍ତ୍ରାୟିତ ଶୈବପୀଠ ନିମନ୍ତେ ନିର୍ମାଣ କରାଯାଇଥିଲା ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ପ୍ରାୟ ସାତ ଶହରୁ ଆଠ ଶହ ଫୁଟ ଉଚ୍ଚ ଜଙ୍ଗଲ ଉପରେ ଅବସ୍ଥିତ ଏହି ପ୍ରାଚୀନ ମନ୍ଦିରଟିକୁ ବୌଦ୍ଧର ଭଞ୍ଜ ଶାସକ ନିର୍ମାଣ କରାଇଥିବା କୁହାଯାଏ । ସାଲୁଙ୍କୀ ନଦୀର ଅପର ପାର୍ଶ୍ଵରେ ଥିବା ଗୁପ୍ତେଶ୍ବର ମହାଦେବଙ୍କ ଲିଙ୍ଗ ଏଠାରେ ସ୍ଥାପନ ଉଦ୍ଦେଶ୍ୟ ଥିଲା । ହେଲେ ଲିଙ୍ଗ ଅଣାଯାଇ ନପାରିବାରୁ ମନ୍ଦିର ଚୂଡା ଅସମ୍ପୂର୍ଣ୍ଣ ରହିଯାଇଥିବା ଆଲୋଚନା ହୁଏ ।


ବର୍ଷର ବିଭିନ୍ନ ସମୟରେ ସ୍ଥାନୀୟ ଲୋକେ ଏହି ପୀଠରେ ପୂଜାର୍ଚ୍ଚନା କରିଥାନ୍ତି । କିନ୍ତୁ ପର୍ଯ୍ୟଟନ ବିଭାଗର ଦୃଷ୍ଟି ଆଢୁଆଳରେ ଉକ୍ତ ପୀଠଟି ରହିଯାଇଥିବାରୁ ଏହି ସ୍ଥାନର ପ୍ରଚାର ପ୍ରସାର ହୋଇପାରୁ ନଥିବା ଗ୍ରାମବାସୀ କହିଛନ୍ତି ।


ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details