ଓଡିଶା

odisha

ETV Bharat / state

Monsoon 2022: ଆସୁଛି ମୌସୁମୀ, ଜିଲ୍ଲା ପ୍ରଶାସନର ତତ୍ପରତା

ମୌସୁମୀ ଆସିବା ଆଗରୁ ଜିଲ୍ଲା ପ୍ରଶାସନର ତତ୍ପରତା । ବୌଦ୍ଧ ଜିଲ୍ଲାରେ ବନ୍ୟା ତଥା ଓ୍ବାଟର ଲଗିଂ ସମସ୍ୟା ଦୂର କରିବା ନେଇ ପଦକ୍ଷେପମାନ ଗ୍ରହଣ କରାଯାଇଛି । ଅଧିକ ପଢ଼ନ୍ତୁ

boudh district administration take action against cyclone
ଆସୁଛି ମୌସୁମୀ, ଜିଲ୍ଲା ପ୍ରଶାସନର ତତ୍ପରତା

By

Published : May 21, 2022, 12:11 PM IST

ବୌଦ୍ଧ:ମୌସୁମୀ (Monsoon) ଆସିବା ଆଗରୁ ଜିଲ୍ଲା ପ୍ରଶାସନର(Boudh District Administration) ତତ୍ପରତା । ବୌଦ୍ଧ ଜିଲ୍ଲାରେ ବନ୍ୟା ତଥା ଓ୍ବାଟର ଲଗିଂ ସମସ୍ୟା ଦୂର କରିବା ନେଇ ପଦକ୍ଷେପମାନ ଗ୍ରହଣ କରାଯାଇଛି । ଏଥିସହ ସାଧାରଣ ଲୋକଙ୍କୁ ଅଗ୍ନିକାଣ୍ଡ ସମ୍ପର୍କରେ ସଚେତନ କରାଇବା ପାଇଁ ଅଗ୍ନି ସୁରକ୍ଷା କର୍ମୀଙ୍କ ପକ୍ଷରୁ ମକଡ୍ରିଲ କରାଯାଇଛି । ଆଗକୁ ଆସୁଛି ମୌସୁମୀ ବର୍ଷା । ପ୍ରତ୍ୟେକ ବର୍ଷ ଭଳି ବନ୍ୟା ଓ ଓ୍ବାଟର ଲଗିଂ ପ୍ରଶାସନର ଚିନ୍ତା ବଢାଇଛି ।

ଆସୁଛି ମୌସୁମୀ, ଜିଲ୍ଲା ପ୍ରଶାସନର ତତ୍ପରତା

ଜିଲ୍ଲାରେ କୌଣସି ପ୍ରକାରର ପ୍ରାକୃତିକ ବିପର୍ଯ୍ୟୟକୁ ରୋକିବାକୁ ବୌଦ୍ଧ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ସହରାଞ୍ଚଳ ସମେତ ଜିଲ୍ଲାର ବିଭିନ୍ନ ସ୍ଥାନରେ ନର୍ଦ୍ଦମା ଜଳ ନିଷ୍କାସନ ଓ ଓ୍ବାଟର ଲଗିଂ(WaterLogging) ଏକ ବଡ ସମସ୍ୟା ହୋଇଥିବାବେଳେ ଏହାକୁ ଦୂର କରିବା ପାଇଁ ପ୍ରଶାସନ ଦ୍ବାରା ଦୃଷ୍ଟି ଆକର୍ଷଣ କରାଯାଇଛି । ଅନ୍ୟପକ୍ଷରେ ବିଭିନ୍ନ ସମୟରେ ଘଟୁଥିବା ଅଘଟଣ ଓ ଅଗ୍ନିକାଣ୍ଡ ସମ୍ପର୍କରେ ସଚେତନ କରିବା ପାଇଁ ଶୁକ୍ରବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅଗ୍ନି ସୁରକ୍ଷା କର୍ମୀ ମକଡ୍ରିଲ ପ୍ରଦର୍ଶନ କରିଥିଲେ ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details