ଓଡିଶା

odisha

ETV Bharat / state

ଧାରଣାରେ ଦୁଗ୍ଧ ଫାର୍ମ କର୍ମଚାରୀ, ସଙ୍କଟରେ ଗୋ-ସମ୍ପଦ - ଦୁଗ୍ଧ ଫାର୍ମରେ ଅଚଳାବସ୍ଥା

ବାରମ୍ବାର ଏହି କର୍ମଚାରୀମାନେ ବିଭାଗୀୟ ଅଧିକାରୀଙ୍କଠାରୁ ଆରମ୍ଭ କରି ଉପରିସ୍ଥ କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ପାଇଁ ଗୁହାରୀ କରିଆସୁଥିଲେ ମଧ୍ୟ କେହି କର୍ଣ୍ଣପାତ ନକରିବାରୁ ଗତ ଦୁଇ ତାରିଖରୁ ଏମାନେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣାରେ ବସିଛନ୍ତି ।

ଧାରଣାରେ ଦୁଗ୍ଧ ଫାର୍ମ କର୍ମଚାରୀ: ସଙ୍କଟରେ ଗୋ ସମ୍ପଦ
ଧାରଣାରେ ଦୁଗ୍ଧ ଫାର୍ମ କର୍ମଚାରୀ: ସଙ୍କଟରେ ଗୋ ସମ୍ପଦ

By

Published : Dec 5, 2019, 2:57 PM IST

ବୌଦ୍ଧ: ଚାରି ଦିନ ହେବ କର୍ମଚାରୀଙ୍କ ଧାରଣା ଯୋଗୁଁ ଦୁଗ୍ଧ ଫାର୍ମରେ ଅଚଳାବସ୍ଥା । ଯାହାକୁ ନେଇ ସହ ସଙ୍କଟରେ ଗୋ-ସମ୍ପଦ । ସ୍ଥାୟୀ ନିଯୁକ୍ତି ଦାବିରେ ଚାରିଦିନ ହେଲାଣି ଧାରଣାରେ ବସିଛନ୍ତି ବୌଦ୍ଧ ଡାଏରୀ ଫାର୍ମରେ କାର୍ଯ୍ୟରତ ଚତୁର୍ଥ ଶ୍ରେଣୀ କର୍ମଚାରୀ ।

ବାରମ୍ବାର ଏହି କର୍ମଚାରୀମାନେ ବିଭାଗୀୟ ଅଧିକାରୀଙ୍କଠାରୁ ଆରମ୍ଭ କରି ଉପରିସ୍ଥ କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ପାଇଁ ଗୁହାରୀ କରିଆସୁଥିଲେ ମଧ୍ୟ କେହି କର୍ଣ୍ଣପାତ ନକରିବାରୁ ଗତ ଦୁଇ ତାରିଖରୁ ଏମାନେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣାରେ ବସିଛନ୍ତି ।

ଧାରଣାରେ ଦୁଗ୍ଧ ଫାର୍ମ କର୍ମଚାରୀ: ସଙ୍କଟରେ ଗୋ ସମ୍ପଦ

ଫାର୍ମରେ ଥିବା 66ଟି ଗାଈର ସେବା ଯତ୍ନ ସହିତ କ୍ଷୀର ସଂଗ୍ରହ ଏମାନଙ୍କ ମୁଖ୍ୟ କାର୍ଯ୍ୟ । କିନ୍ତୁ ଏମାନେ ଚାରିଦିନ ହେଲା ଧାରଣାରେ ବସିଥିବାରୁ ଦୈନିକ 125 ଲିଟର କ୍ଷୀର ଉତ୍ପାଦନ କରୁଥିବା ଫାର୍ମ ଚତୁର୍ଥ ଦିନରେ କ୍ଷୀର ଉତ୍ପାଦନ 59 ଲିଟରରେ ପହଞ୍ଚିଛି ।

ଅନ୍ୟପକ୍ଷରେ ଗୋଶାଳା ମଧ୍ୟ ଗୋବର ଓ ଅନ୍ୟ ଆବର୍ଜନାରେ ଏକ ଦୂଷିତ ପରିବେଶ ସୃଷ୍ଟି ଯୋଗୁଁ ଗାଈଙ୍କ ସ୍ବାସ୍ଥ୍ୟ ମଧ୍ୟ ସଙ୍କଟାପନ୍ନ ହୋଇପଡିଲାଣି । ଏନେଇ ତୁରନ୍ତ କୌଣସି ପଦକ୍ଷେପ ନିଆନଗଲେ ଆଗାମୀ ଦିନରେ ପରିସ୍ଥିତି ଅଣାୟତ୍ତ ହେବାର ଆଶଙ୍କା ସୃଷ୍ଟି ହୋଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details