ଓଡିଶା

odisha

ETV Bharat / state

ଖୋର୍ଦ୍ଧାର ସର୍ବାଙ୍ଗୀନ ଉନ୍ନତି ଲକ୍ଷ୍ୟରେ ଜିଲ୍ଲାପାଳ ସୀତାଂଶୁ କୁମାର

ଶୁକ୍ରବାର ରାଜ୍ୟ ସରକାର ବରିଷ୍ଠ ପ୍ରଶାସନିକ ସ୍ତରରେ ବ୍ୟାପକ ଅଦଳବଦଳ କରିଛନ୍ତି । ଏହି କ୍ରମରେ ବୌଦ୍ଧରେ ଜିଲ୍ଲାପାଳ ଭାବେ ଦାୟିତ୍ବ ତୁଲାଉଥିବା ସୀତାଂଶୁ କୁମାର ରାଉତଙ୍କୁ ବଦଳି କରି ଖୋର୍ଦ୍ଧା ଜିଲ୍ଲାପାଳ ଭାବେ ଅବସ୍ଥାପିତ କରାଯାଇଛି । ତେବେ ବୌଦ୍ଧରେ ନିଜର ଅଭିଜ୍ଞତାକୁ ଆଧାର କରି ଖୋର୍ଦ୍ଧାର ଉନ୍ନତି କରିବେ ବୋଲି ସେ କହିଛନ୍ତି ।

ଫଟୋ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

By

Published : Jun 22, 2019, 4:19 PM IST

ବୌଦ୍ଧ: ଦୀର୍ଘ ଦିନର ପ୍ରଶାସନିକ ଅଭିଜ୍ଞତାକୁ ଆଧାର କରି ଖୋର୍ଦ୍ଧାର ଉନ୍ନତି କରିବେ ବୋଲି କହିଛନ୍ତି ବୌଦ୍ଧ ଜିଲ୍ଲାପାଳ ସୀତାଂଶୁ ଶେଖର ରାଉତ କହିଛନ୍ତି । ବୌଦ୍ଧର ବର୍ତ୍ତମାନ ଜିଲ୍ଲାପାଳ ଭାବେ କାର୍ଯ୍ୟରତ ଅଛନ୍ତି ସୀତାଂଶୁ ଶେଖର । ତେବେ ସରକାର କରିଥିବା ବଦଳି ପରେ ସୀତାଂଶୁ ଖୋର୍ଦ୍ଧାକୁ ବଦଳି ହୋଇଛନ୍ତି । ସେହିପରି ବୌଦ୍ଧର ନୂଆ ଜିଲ୍ଲାପାଳ ହୋଇଛନ୍ତି ଲଲାଟେନ୍ଦୁ ମିଶ୍ର ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

2018ରୁ ବୌଦ୍ଧ ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ତଥା ନୂତନ ରୂପରେଖ ପ୍ରଦାନ କରିବାକୁ ଚେଷ୍ଟା କରିଥିଲେ ସୀତାଂଶୁ କୁମାର । ତେବେ ସେ କେତେ ସଫଳ ହୋଇଛନ୍ତି ବୌଦ୍ଧ ଜିଲ୍ଲାର ଉନ୍ନତି ଦିଗରେ ସେ ଏନେଇ ଆମ ପ୍ରତିନିଧିଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଥିଲେ ।

ଅପହଞ୍ଚ ଇଲାକାକୁ ରାସ୍ତା ନିର୍ମାଣ ହେଉ ଅବା ଡମ୍ପିଂୟାର୍ଡ ସମସ୍ୟାର ସମାଧାନ । ଅନେକ ଚର୍ଚ୍ଚିତ କାମକରି ଅଳ୍ପଦିନରେ ଅନେକ କାମ କରିବାକୁ ଚେଷ୍ଟା କରିଥିଲେ । ପାଖାପାଖି 3000 ଲୋକଙ୍କୁ ସାମାଜିକ ସୁରକ୍ଷା ବ୍ୟବସ୍ଥାରେ ସାମିଲ କରିବା ସହ ସିଏମଆରଏଫ ମାଧ୍ୟମରେ 15 ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ହିତାଧିକାରୀଙ୍କୁ ପ୍ରଦାନ କରି ଏକ ଉଦାହରଣ ସୃଷ୍ଟି କରିଥିଲେ ଶ୍ରୀ ରାଉତ ।

ତେବେ ଆଗାମୀ ଦିନରେ ଏଭଳି କିଛି ନୂଆ ଆଶା ଓ ଜୋଶ ନେଇ ଖୋର୍ଦ୍ଧା ଜିଲ୍ଲାକୁ ଆଗେଇ ନେବାକୁ ଚେଷ୍ଟା କରିବେ ବୋଲି ସେ କହିଛନ୍ତି ।

ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details