ଓଡିଶା

odisha

ETV Bharat / state

ଅସହାୟ ପୂର୍ଣ୍ଣିମାକୁ ମିଳିଲା ସରକାରୀ ସହାୟତା - help

ସ୍ବାମୀଙ୍କ ଅକାଳ ବିୟୋଗ ପରେ ଚାରି ଝିଅଙ୍କ ଲାଳନପାଳନ ଚିନ୍ତାରେ ଜଣେ ଅସହାୟ ମାଆ ନିଜ ସନ୍ତାନକୁ ବିକିବା ଖବର ପ୍ରକାଶ ପାଇବା ପରେ ସହାୟତାର ହାତ ବଢାଇଛି ପ୍ରଶାସନ ।

ଫଟୋ ସୌଜନ୍ୟ:ପ୍ରତିନିଧି, ବୌଦ୍ଧ

By

Published : Jun 18, 2019, 10:48 AM IST

ବୌଦ୍ଧ: ବାପା ଛେଉଣ୍ଡ ସନ୍ତାନ ଓ ଅକାଳରେ ନିଜ ସ୍ବାମୀକୁ ହରାଇଥିବା ପୂର୍ଣ୍ଣିମାକୁ ସାହା ହୋଇଛି ପ୍ରଶାସନ । ସ୍ବାମୀଙ୍କ ଅକାଳ ବିୟୋଗ ପରେ ଚାରି ଝିଅଙ୍କ ଲାଳନପାଳନ ଚିନ୍ତା ପୂର୍ଣ୍ଣିମାଙ୍କ ପାଇଁ ଥିଲା ବୋଝ ଉପରେ ଲଳିତା ବିଡା ସଦୃଶ । ଯେଉଁଥିରୁ ନିରୁପାୟ ହୋଇ ନିଜ ସନ୍ତାନକୁ ବିକିବାକୁ ଯାଉଥିବା ଜଣେ ଅସହାୟ ମାଆକୁ ସହାୟତା ଯୋଗାଇ ଦେଇଛି ଜିଲ୍ଲା ପ୍ରଶାସନ ।

ଭିଡିଓ ସୌଜନ୍ୟ:ପ୍ରତିନିଧି, ବୌଦ୍ଧ

ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ ଗୁଡଭେଲିପଦର ଗ୍ରାମର ଭଜମନ ଗେଜ । ଗତ ମେ ୨୫ ତାରିଖରେ ବଲାଙ୍ଗୀର ଜିଲ୍ଲାର ଏକ କ୍ରସରରେ କାର୍ଯ୍ୟରତ ଥିବାବେଳେ ଦୁର୍ଘଟଣାରେ ଆହତ ହୋଇ ଚିକିତ୍ସାଧିନ ଅବସ୍ଥାରେ ୮ ତାରିଖରେ ମୃତ୍ୟୁ ଘଟିଛି ।

ଅଭାବ ଅନାଟନ ସହ ଅନ୍ୟ ଜାତିର ଝିଅକୁ ବିବାହ କରିବା କାରଣରୁ ହିଁ ପୂର୍ବରୁ ଉଭୟ ବାପଘର ଓ ଶ୍ବଶୁର ଘର ଲୋକ ପୂର୍ଣ୍ଣିମା ଓ ତାଙ୍କ ସ୍ବାମୀଙ୍କ ସହ ସବୁ ସମ୍ପର୍କ ଛିନ୍ନ କରିଦେଇଛନ୍ତି । ଏଭଳି ପରିସ୍ଥିତିରେ ଚାରି ଚାରିଟି ନାବାଳିକା ଝିଅର ବୋଝ ବିଧବା ପୂର୍ଣ୍ଣିମା ପାଇଁ ଅସହ୍ୟ ହୋଇପଡିଥିଲା ।

ଶେଷରେ ନିରୂପାୟ ହୋଇ ସୋମବାର ସ୍ବାମୀଙ୍କ ଶୁଦ୍ଧିକ୍ରିୟା ନିମନ୍ତେ ଅର୍ଥାଭାବରୁ ଗୋଟିଏ ସନ୍ତାନକୁ ବିକି ଦେବାକୁ ଚିନ୍ତା କରିଥିଲେ ପୂର୍ଣ୍ଣିମା । କିନ୍ତୁ ଏହି ଘଟଣା ସମ୍ପର୍କରେ ବୌଦ୍ଧ ଜିଲ୍ଲା ପ୍ରଶାସନ ଅବଗତ ହେବାପରେ ତତ୍ପରତା ପ୍ରକାଶ କରି ପୂର୍ଣ୍ଣିମା ସମସ୍ତ ସରକାରୀ ଯୋଜନା କିଭଳି ପାଇପାରିବେ ସେଥିପାଇଁ ପ୍ରୟାସ ଆରମ୍ଭ କରିଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି ।


ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details