ଓଡିଶା

odisha

By

Published : May 6, 2021, 7:26 AM IST

ETV Bharat / state

ବୌଦ୍ଧରେ ଲକଡାଉନ, ବିଜେପିର ସ୍ବାଗତ

ବୁଧବାର ଠାରୁ ଆରମ୍ଭ ହୋଇଥିବା ଲକଡାଉନକୁ ବୌଦ୍ଧ ବିଜେପି ସ୍ବାଗତ କରିଥିବା ବେଳେ ଆହୁରି ପୂର୍ବରୁ ଏହି ଲକଡାଉନର ଆବଶ୍ୟକତା ଥିବା ଜିଲ୍ଲା ସଭାପତି ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ...

ବୌଦ୍ଧରେ ଲକଡାଉନ, ବିଜେପିର ସ୍ବାଗତ
ବୌଦ୍ଧରେ ଲକଡାଉନ, ବିଜେପିର ସ୍ବାଗତ

ବୌଦ୍ଧ:ଆଜିଠାରୁ(ବୁଧବାର) ସରକାରଙ୍କ ନିଷ୍ପତ୍ତି କ୍ରମେ ଆରମ୍ଭ ହୋଇଛି ଲକଡାଉନ । ବୌଦ୍ଧ ଜିଲ୍ଲାର ତିନୋଟି ବ୍ଲକରେ ଲକଡାଉନର ପ୍ରଭାବ ସମ୍ପୂର୍ଣ୍ଣ ଭାବେ ପଡିଥିବା ଦେଖାଯାଇଥିଲା । କେବଳ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନକୁ ଛାଡି ଦେଲେ ଅନ୍ୟ ସମସ୍ତ ଦୋକାନ ବଜାର ଓ ବସ ଚଳାଚଳ ବନ୍ଦ ରହିଛି ।

ସେପଟେ ବୁଧବାର ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରୁ ନୂତନ 129 ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଜିଲ୍ଲା ପୋଲିସ ହରଭଙ୍ଗା, ଚାରିଛକ, ପୁରୁଣାକଟକ, ବୌଦ୍ଧ, ସାହାଜପାଲ, ବାଉଁଶୁଣୀ, ଦହ୍ୟା, ମନମୁଣ୍ଡା, ପଲସାଗୋରା, କଣ୍ଟାମାଳ ଭଳି ସ୍ଥାନରେ ଅମାନିଆଙ୍କ ଉପରେ କଡା ଦୃଷ୍ଟି ରଖିଥିଲା । ତେବେ ହରଭଙ୍ଗା ଗ୍ରାମରେ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ସେଠାରେ ଟିଏମସି ସେଣ୍ଟର ଖୋଲିବାକୁ ଦାବି ହୋଇଛି ।

ବୌଦ୍ଧରେ ଲକଡାଉନ, ବିଜେପିର ସ୍ବାଗତ

ଲକଡାଉନକୁ ଜିଲ୍ଲା ବିଜେପି ପକ୍ଷରୁ ସ୍ବାଗତ କରାଯିବା ସହ ଏହା ଆହୁରି ପୂର୍ବରୁ କରିବାର ଥିଲା ତଥା ଜିଲ୍ଲା ପ୍ରଶାସନ ଆହୁରି ଅଧିକ କଠୋର ହେବାର ଆବଶ୍ୟକତା ଥିବା ବିଜେପି ଜିଲ୍ଲା ସଭାପତି ଇଟିଭି ଭାରତକୁ ସୂଚନା ଦେଇଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details