ଓଡିଶା

odisha

ETV Bharat / state

ନାଗରିକ ସଂଶୋଧନ ଅଧିନିୟମ ସପକ୍ଷରେ ବିଜେପିର ପଦଯାତ୍ରା

ବୌଦ୍ଧରେ ନାଗରିକ ସଂଶୋଧନ ଅଧିନିୟମ ସପକ୍ଷରେ ବିଜେପିର ପଦଯାତ୍ରା । ଦଳ ପକ୍ଷରୁ ଏହି ଆଇନ ତଡିବାକୁ ନୁହେଁ ବରଂ ଯୋଡିବାକୁ ପ୍ରସ୍ତୁତ କରାଯାଇଛି ବୋଲି କୁହାଯାଇଛି ।

caa
ନାଗରିକ ସଂଶୋଧନ ଅଧିନିୟମ ସପକ୍ଷରେ ବିଜେପିର ପଦଯାତ୍ରା

By

Published : Jan 12, 2020, 5:36 AM IST

ବୌଦ୍ଧ: ଜିଲ୍ଲା ବିଜେପି ପକ୍ଷରୁ ଶନିବାର ଜନଜାଗରଣ ସଚେତନ ପଦଯାତ୍ରା-2 ନାଗରିକ ସଂଶୋଧନ ଆଇନ(ସିଏଏ) ସପକ୍ଷରେ ଆୟୋଜିତ ହୋଇଥିଲା । ଜିଲ୍ଲା ବିଜେପି ସଭାପତି ବିପ୍ର ଚରଣ ମହାନ୍ତିଙ୍କ ନେତୃତ୍ବରେ ଶତାଧିକ ମହିଳା ପୁରୁଷ ଏହି ପଦଯାତ୍ରାରେ ସାମିଲ ହୋଇ ବୌଦ୍ଧ ସହର ପରିକ୍ରମା କରିଥିଲେ । ନାଗରିକ ସଂଶୋଧନ ଆଇନ ଦ୍ବାରା ଭାରତର ପଡୋଶୀ ଦେଶରେ ବାସ କରୁଥିବା 6 ଗୋଟି ସଂପ୍ରଦାୟକୁ ଦେଶକୁ ଫେରାଇବା ବ୍ୟବସ୍ଥା ଥିବା ବେଳେ ଦେଶରେ ବାସ କରୁଥିବା ମୁସଲମାନ ମାନଙ୍କ ପାଇଁ କୌଣସି ଅସୁବିଧା ନାହିଁ ବୋଲି ବିଜେପି ପକ୍ଷରୁ କୁହାଯାଇଛି ।

ନାଗରିକ ସଂଶୋଧନ ଅଧିନିୟମ ସପକ୍ଷରେ ବିଜେପିର ପଦଯାତ୍ରା

ଏହି ଆଇନ କାହାକୁ ତଡିବା ପାଇଁ ନୁହେଁ ବରଂ ଯୋଡିବା ପାଇଁ ବୋଲି କୁହାଯାଇଛି । ସ୍ଥାନୀୟ ବସଷ୍ଟାଣ୍ଡ ଠାରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ରାଜ୍ୟ ସଭାନେତ୍ରୀ ପ୍ରଭାତୀ ପରିଡା, ଖାରବେଳ ସ୍ବାଇଁ, ସଚ୍ଚିଦାନନ୍ଦ ଦଲାଲ, ବିଧାୟକ ମୁକେଶ ମହାଲିଙ୍ଗ, ଅର୍ଚ୍ଚନା ପ୍ରଧାନ ପ୍ରମୁଖ ଯୋଗ ଦେଇ ଏହି ଆଇନ ସମ୍ପର୍କରେ ବିଶଦ ଭାବେ ବକ୍ତବ୍ୟ ପ୍ରଦାନ କରିଥିଲେ ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details