ବୌଦ୍ଧ :ପୌର ନିର୍ବାଚନ ପାଇଁ ପ୍ରସ୍ତୁତ ସମସ୍ତ ରାଜନୈତିକ ଦଳ ଓ ସ୍ବାଧୀନ ପ୍ରାର୍ଥୀ । ସତର ଗୋଟି ଓ୍ବାର୍ଡକୁ ନେଇ ଗଠିତ ଜିଲ୍ଲାର ଏକମାତ୍ର ଏନଏସି ବୌଦ୍ଧ ଗଡ ବିଜ୍ଞାପିତ ଅଞ୍ଚଳ ପରିଷଦ । ଚଳିତ ଥର ଅଧ୍ୟକ୍ଷ ପଦ ପାଇଁ ସିଧାସଳଖ ନିର୍ବାଚନ ହେବାକୁ ଥିବା ବେଳେ ଏଠାରେ ଶାସକ ବିଜେଡିକୁ ଚେକମେଟ ଦେବାକୁ ବୌଦ୍ଧର ବରିଷ୍ଠ ସାମ୍ବାଦିକ ତଥା କ୍ରୀଡା ସଂଗଠକ ଯୁଗଳ ସାମଲ ବିଜେପି ଦଳରୁ ପ୍ରାର୍ଥୀ ହୋଇଛନ୍ତି ।
ବୌଦ୍ଧ ଏନଏସିରେ ପ୍ରଚାର ଆରମ୍ଭ କଲା ବିଜେପି - ବୌଦ୍ଧ ଖବର
ପୌର ନିର୍ବାଚନ ପାଇଁ ପ୍ରସ୍ତୁତ ସମସ୍ତ ରାଜନୈତିକ ଦଳ ଓ ସ୍ବାଧୀନ ପ୍ରାର୍ଥୀ । ବୌଦ୍ଧର ବରିଷ୍ଠ ସାମ୍ବାଦିକ ତଥା କ୍ରୀଡା ସଂଗଠକ ଯୁଗଳ ସାମଲ ବିଜେପି ଦଳରୁ ପ୍ରାର୍ଥୀ ହୋଇଛନ୍ତି । ଆଜିଠାରୁ ଆରମ୍ଭ କରିଛନ୍ତି ପ୍ରଚାର । ଅଧିକ ପଢନ୍ତୁ
ବିଜେଡି ଦଳରେ ଅସନ୍ତୁଷ୍ଟ ଆଶାୟୀଙ୍କ ଯୋଗୁଁ ଦଳ ଭିତରେ ବିବାଦ ସୃଷ୍ଟି ହୋଇଛି । ସେପଟେ ରବିବାର ଗଡଜାତର ଇଷ୍ଟଦେବୀ ମା ଭୈରବୀଙ୍କ ଠାରେ ପୂଜାର୍ଚ୍ଚନା ପରେ ବିଜେପି ପ୍ରଚାର ଅଭିଯାନ ଆରମ୍ଭ କରିଛି । ବିଜେପି ଅଧ୍ୟକ୍ଷ ପ୍ରାର୍ଥୀ, କାଉନସିଲର ପ୍ରାର୍ଥୀଙ୍କ ସହିତ ବିଜେପିର ତୁଙ୍ଗ ନେତାମାନେ ରାଜ ଉଆସରେ ରାଜାଙ୍କ ଠାରୁ ନେଇ ବହୁ ଚର୍ଚ୍ଚିତ ଜରିଖଣ୍ଡି କଡରେ ଥିବା ଖଡିଆଳ ବସ୍ତିରେ ପହଞ୍ଚି ଘରକୁ ଘର ବୁଲି ଭୋଟ ଭିକ୍ଷା କରିଥିଲେ । ବୌଦ୍ଧ ପୌରାଞ୍ଚଳରେ ଯୁଗଳଙ୍କ ଏକ ବଡ ସମର୍ଥନ ଗୋଷ୍ଠୀ ରହିଥିବାରୁ ତଥା ତାଙ୍କ ଲୋକପ୍ରିୟତା ବର୍ତ୍ତମାନ ଶାସକ ବିଜେଡି ପାଇଁ ମୁଣ୍ଡ ବ୍ୟଥାର କାରଣ ହୋଇଛି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ