ଓଡିଶା

odisha

By ETV Bharat Odisha Team

Published : Sep 10, 2023, 7:17 PM IST

ETV Bharat / state

ବୌଦ୍ଧ ଜିଲ୍ଲାରେ ଆବାସ ଯୋଜନାରେ ମହାଦୁର୍ନୀତି ! ବିଜେପିର ଆନ୍ଦୋଳନ ଚେତାବନୀ

ବୌଦ୍ଧ ଜିଲ୍ଲାରେ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ଅଭିଯୋଗ । ଆସନ୍ତା ୧୩ ତାରିଖ ବ୍ଲକ ଘୋରାଉ କରିବ ବିଜେପି । ଅଧିକ ପଢ଼ନ୍ତୁ

ବୌଦ୍ଧ ଜିଲ୍ଲାରେ ଆବାସ ଯୋଜନାରେ ମହାଦୁର୍ନୀତି , ଆନ୍ଦୋଳନକୁ ଓହ୍ଲାଇବ ବିଜେପି
ବୌଦ୍ଧ ଜିଲ୍ଲାରେ ଆବାସ ଯୋଜନାରେ ମହାଦୁର୍ନୀତି , ଆନ୍ଦୋଳନକୁ ଓହ୍ଲାଇବ ବିଜେପି

ବୌଦ୍ଧ ଜିଲ୍ଲାରେ ଆବାସ ଯୋଜନାରେ ମହାଦୁର୍ନୀତି , ଆନ୍ଦୋଳନକୁ ଓହ୍ଲାଇବ ବିଜେପି

ବୌଦ୍ଧ: ସରକାର ଗରିବ ଲୋକଙ୍କ କଲ୍ୟାଣ ପାଇଁ ଜନ୍ମରୁ ମୃତ୍ୟୁ ଯାଏଁ ବହୁ ଲୋକାଭିମ୍ମୁଖୀ ଯୋଜନା କରିଛନ୍ତି କିନ୍ତୁ ପ୍ରକୃତ ହିତାଧିକାରୀଟି ଏହି ଯୋଜନାର ଲାଭ ପାଇପାରୁ ନଥିବା ଦେଖାଯାଉଛି । ସବୁବେଳେ ଗରିବ ନିଷ୍ପାପ ମଣିଷଟି ସରକାରଙ୍କ ଏହି ଲୋକାଭିମ୍ମୁଖୀ ଯୋଜନାରୁ ବଞ୍ଚିତ ହେଉଛି । ଏଭଳି ଏକ ଅଭିଯୋଗ ଆସିଛି ବୌଦ୍ଧ ଜିଲ୍ଳାରୁ । ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ହେଉଥିବା ଅଭିଯୋଗ କରିଛି ବିଜେପି । ଏହା ବିରୁଦ୍ଧରେ ଆନ୍ଦୋଳନକୁ ଓହ୍ଲାଇବ ବିଜେପି । ଏକ ସାମ୍ବାଦିକ ସମ୍ମିଳନରେ ଏହି ସୂଚନା ଦେଇଛି ବିଜେପି ।

ଏହା ମଧ୍ୟ ପଢନ୍ତୁ..CMCରେ ଅନିୟମିତତା ଅଭିଯୋଗ ଆଣିଲେ ବିରୋଧୀ, ତଦନ୍ତ ପ୍ରତିଶୃତି ଦେଲେ ମେୟର

ଜିଲ୍ଲାର ବିଭିନ୍ନ ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ନେଇ ଜିଲ୍ଲା ବିଜେପି ପକ୍ଷରୁ ଆନ୍ଦୋଳନକୁ ଜୋରଦାର ପାଇଁ ପ୍ରସ୍ତୁତି କରିଛି । ବୌଦ୍ଧ ଜିଲ୍ଲାର ତିନୋଟି ବ୍ଲକର ଅଧିକାଂଶ ପଞ୍ଚାୟତରେ ବିଜେଡିର କର୍ମୀମାନଙ୍କୁ ଘର ମିଳୁଥିବା ବେଳେ ଅନ୍ୟମାନେ ବଞ୍ଚିତ ହେଉଛନ୍ତି । ଏହାସହ ଲାଞ୍ଚ ନେଇ ଗୋଟିଏ ପରିବାରରେ ୩ରୁ୪ଟି ଆବାସ ଯୋଜନା ହଡ଼ପ କରିଥିବା ଅଭିଯୋଗ କରିଛନ୍ତି ବିଜେପି ଜିଲ୍ଲା ସଭାପତି ବିପ୍ରଚରଣ ମହାନ୍ତି । ଏହାକୁ ବାରୋଧ କରି ଆସନ୍ତା ୧୩ ତାରିଖ ଦିନ ବିଜେପି ବ୍ଲକ ଘେରାଉ କରିବା ନେଇ ସୂଚନା ଦେଇଛି ।

ଏହା ମଧ୍ୟ ପଢନ୍ତୁ..ବୌଦ୍ଧ ପୌରାଞ୍ଚଳରେ ବ୍ୟାପକ ଦୁର୍ନୀତି ଅଭିଯୋଗ, ପୌର ପରିଷଦ ଘେରିଲା ବିଜେପି

ଏହି ଆବାସ ଯୋଜନାରେ ପକ୍କାଘର ହାତେଇବାକୁ ପଞ୍ଚାୟତର କୁଜିନେତାଙ୍କ ମାଧ୍ୟମରେ ୫୦୦୦ରୁ ୧୦୦୦୦ ଟଙ୍କା ଲେଖାଏଁ ହିତାଧିକାରୀଙ୍କଠାରୁ ଲାଞ୍ଚ ନେଉଥିବା ଅଭିଯୋଗ ହୋଇଛି । ଜିଲ୍ଲାର ତଳଗାଁ, ସାମ୍ପୋଚ, ଖୁଣ୍ଟବନ୍ଧ, ତାଳସରଡ଼ା, ଲମ୍ବସରୀ, ଯୋଗୀନ୍ଦ୍ରପୁର, ରେଙ୍ଗାଲୀ ଭଳି ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଗୃହ ଯୋଗାଇବା ନାଁରେ ବ୍ୟାପକ ଅନିୟମିତତା ତଥା ଦୁର୍ନୀତି ହୋଇଥିବା ନେଇ ବିଜେପି ଅଭିଯୋଗ କରିଛି । ଏପରିକି କେତେକ ହିତାଧିକାରୀଙ୍କୁ ମିଳିଥିବା ଆବାସ ଗୃହ ଅନୁଦାନ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଛି । କେବଳ ବୌଦ୍ଧ ଜିଲ୍ଲା ନୁହେଁ ରାଜ୍ୟ ପ୍ରତ୍ୟେକ ଜିଲ୍ଲା ଏଭଲି ଦୁର୍ନୀତି ହେଉଥିବା ଅବିଯୋଗ ହେଉଛି । ଗତ ୧୦ ଦିନ ପୂର୍ବରୁ ଜିଲ୍ଲା ବିଜେପି ବୌଦ୍ଧ ପୌରାଞ୍ଚଳରେ ବ୍ୟାପକ ଅନିୟମିତତାକୁ ନେଇ ପୌର କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲା । ତେବେ ଆସନ୍ତା ୧୩ ତାରାଖ ଦିନ ବିଜେପି ବିକ୍ଷୋଭ ପ୍ରଦର୍ଶନ କରିବା ନେଇ ସୂଚନା ଦେଇଛି ।

ଇଟିଭି ଭାରତ, ବୌଦ୍ଧ

ABOUT THE AUTHOR

...view details