ଓଡିଶା

odisha

ETV Bharat / state

ପାଞ୍ଚବର୍ଷ ନପୂରୁଣୁ ଦୟନୀୟ ଅବସ୍ଥାରେ ବିଜୁ ସେତୁ - boudh

ବୌଦ୍ଧ ଜିଲ୍ଲା ବଘିଆପଡା ଠାରେ ସାଲୁଙ୍କୀ ନଦୀ ଉପରେ ପ୍ରାୟ ପାଞ୍ଚ ବର୍ଷ ତଳେ ବିଜୁ ସେତୁ ନିର୍ମାଣ ହୋଇଥିଲା । ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ନିର୍ମିତ ଏହି ପୋଲକୁ ପାଞ୍ଚ ବର୍ଷ ପୁରି ନ ଥିବାବେଳେ ଏବେ ଏହାପ୍ରତି ବିପଦ ସୃଷ୍ଟି ହୋଇଛି ।

ଫଟୋ ସୌଜନ୍ୟ- ପ୍ରତିନିଧି, ବୌଦ୍ଧ

By

Published : Jul 7, 2019, 8:56 AM IST

ବୌଦ୍ଧ: ସେତୁ ନିର୍ମାଣର ପାଞ୍ଚ ବର୍ଷ ପୁରିନି କିନ୍ତୁ ସ୍ଥିତି ଦେଖି ଭୟଭୀତ ଅଞ୍ଚଳବାସୀ । ସେତୁର ଦୁଇ ପାର୍ଶ୍ଵରେ ଥିବା ଆପ୍ରୋଚ ରୋଡ ଅତ୍ୟନ୍ତ ବିପଦସଙ୍କୁଳ ଅବସ୍ଥାକୁ ଚାଲିଆସିଥିବା ବେଳେ ସେତୁ ଛାତର ଲୁହାରଡ ପଦାକୁ ବାହାରି ଆସିଲାଣି । ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ ନକଲେ ନିକଟ ଭବିଷ୍ୟତରେ ପୋଲ ପ୍ରତି ବିପଦ ରହିଥିବା ଆଶଙ୍କା ରହିଛି ।

ଦୀର୍ଘ ଦିନର ଦାବି ପରେ ସରକାର ବୌଦ୍ଧ ଜିଲ୍ଲା ବଘିଆପଡା ଠାରେ ସାଲୁଙ୍କୀ ନଦୀ ଉପରେ ପ୍ରାୟ ପାଞ୍ଚ ବର୍ଷ ତଳେ ବିଜୁ ସେତୁ ନିର୍ମାଣ ହୋଇଥିଲା । ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ନିର୍ମିତ ଏହି ପୋଲକୁ ପାଞ୍ଚ ବର୍ଷ ପୂରିନଥିବାବେଳେ ଏବେ ଏହାପ୍ରତି ବିପଦ ସୃଷ୍ଟି ହୋଇଛି । ପୋଲର ଦୁଇ ପାର୍ଶ୍ଵର ଆପ୍ରୋଚ ରୋଡ ଧସି ସାରିଥିଲା ବେଳେ ବ୍ରିଜ ଛାତର ଲୁହାରଡ ସବୁ ପଦାକୁ ବାହାରି ପଡିଲାଣି ।

ଭିଡିଓ ସୌଜନ୍ୟ- ପ୍ରତିନିଧି, ବୌଦ୍ଧ

ଆହୁରି ମଧ୍ୟ ବର୍ଷା ପାଣି ଠିକ ଭାବେ ନିଷ୍କାସନ ହୋଇପାରୁନଥିବା ମଧ୍ୟ ଅଭିଯୋଗ ହୋଇଛି । ସରକାରଙ୍କ କୋଟି କୋଟି ଟଙ୍କାର ଜନହିତକର କାର୍ଯ୍ୟକୁ ବିଭାଗୀୟ ଯନ୍ତ୍ରୀ ଓ ଠିକାଦାରଙ୍କ ମିଳିତ ଦୁର୍ନୀତି ଯୋଗୁଁ ଆଜି ବିଜୁସେତୁ ଏଭଳି ବିପଦସଙ୍କୁଳ ଅବସ୍ଥାରେ ପହଞ୍ଚି ଥିବା ଆଲୋଚନା ହେଉଛି । ଅତିଶୀଘ୍ର ଏଦିଗରେ ପ୍ରଶାସନ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details