ବୌଦ୍ଧ: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ନେଇ ବାରମ୍ବାର ଅଭିଯୋଗ ହେଉଛି । ଜିଲ୍ଲାର ତିନୋଟି ବ୍ଲକରେ ଆବାସ ଯୋଜନା ଓ ଲୋଗୋକୁ ନେଇ ବାରମ୍ବାର ଅଭିଯୋଗ ହେବା ପରେ ବର୍ତ୍ତମାନ ପୁଣିଥରେ ପ୍ରଧାନମନ୍ତ୍ରୀ ଆବାସ ଗୃହ ଉପରେ ଇନ୍ଦିରା ଆବାସ ଓ ବିଜୁ ପକ୍କା ଘର ଯୋଜନାର ଲୋଗୋ ଲଗାଯିବାକୁ ନେଇ ଦେଖାଦେଇଛି ନୂଆ ବିବାଦ ।
ଆବାସ ଦୁର୍ନୀତିରେ ନୂଆ ତରିକା: କେନ୍ଦ୍ରର ଯୋଜନା, ରାଜ୍ୟର ଲୋଗୋ
ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି ଓ ଲୋଗୋକୁ ନେଇ ଲାଗିରହିଛି ବିବାଦ । ବର୍ତ୍ତମାନ ପୁଣି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଉପରେ ଇନ୍ଦିରା ଆବାସ ଓ ବିଜୁ ପକ୍କା ଘର ଲୋଗୋ ଲଗାଯିବାକୁ ନେଇ ଦେଖାଦେଇଛି ନୂଆ ବିବାଦ । ଅଧିକ ପଢନ୍ତୁ...
ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଖମନମୁଣ୍ଡା ପଞ୍ଚାୟତ ଶିଆଲଝୁଲି ଗ୍ରାମର କେତେକ ପ୍ରଧାନମନ୍ତ୍ରୀ ଆବାସ ଗୃହ ଉପରେ ଏଭଳି ଫଳକ ଲାଗିଥିବା ଦେଖିବାକୁ ମିଳିବା ପରେ ଏହି ବିବାଦର ସୂତ୍ରପାତ ହେବା ସହ କେତେକ ଗ୍ରାମବାସୀ ଏହି ଫଳକକୁ କାଢି ଭାଙ୍ଗି ଦେଇଥିବା ଜଣାପଡିଛି । ତେବେ କଣ୍ଟାମାଳ ବ୍ଲକର ଖମନମୁଣ୍ଡା ଭଳି ନାରାୟଣପ୍ରସାଦ, ଉମା, ଖୁଣ୍ଟିଗୋରା, ପଲସାଗୋରା, ଲମ୍ବସରୀ, ବରଗୋଛା, ଯୋଗୀନ୍ଦ୍ରପୁର, ଖଟଖଟିଆ, ବିଳାସପୁର ଭଳି ଅନେକ ପଞ୍ଚାୟତର ବିଭିନ୍ନ ଗ୍ରାମରେ ଆବାସ ଯୋଜନାରେ ଦୁର୍ନୀତିର ଲମ୍ବା ଅଭିଯୋଗ ଫର୍ଦ୍ଦ ରହିଛି ।
ତେବେ ବାରମ୍ବାର କଣ୍ଟାମାଳ ବ୍ଲକରେ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତର ଅଭିଯୋଗ ହେଉଥିଲେ ମଧ୍ୟ ଏଥିରେ ପଞ୍ଚାୟତ ଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନର କେତେକ ଅଧିକାରୀଙ୍କ ଯୋଗୁଁ ଏହି ଦୁର୍ନୀତିକୁ ଚପାଇ ଦିଆଯାଉଥିବା ଅଭିଯୋଗ ହୋଇଛି । ଏହି ଆବାସ ଯୋଜନା ଦୁର୍ନୀତିର ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ଅନେକ ନେତା ଓ ଅଧିକାରୀଙ୍କ ଦୁର୍ନୀତିର ପର୍ଦ୍ଦାଫାସ ହେବ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ