ଓଡିଶା

odisha

ETV Bharat / state

ଶ୍ରମିକଙ୍କ ସମସ୍ୟା ନେଇ ଭାରତୀୟ ମଜଦୁର ସଂଘର ଦାବିପତ୍ର

ଶ୍ରମିକଙ୍କ କଲ୍ୟାଣ ନିମନ୍ତେ 9 ଦଫା ସମ୍ବଳିତ ଏକ ଦାବିପତ୍ର ରାଷ୍ଟ୍ରପତି ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି । ଭାରତୀୟ ମଜଦୁର ସଂଘ ପକ୍ଷରୁ ଏହି ଦାବିପତ୍ର ପ୍ରଦାନ କରାଯାଇଛି ।

By

Published : May 21, 2020, 4:54 PM IST

Bharatiya majdoor sangha demands for labour compensastion
ଶ୍ରମିକଙ୍କ ସମସ୍ୟା ନେଇ ଭାରତୀୟ ମଜଦୁର ସଂଘର ଦାବିପତ୍ର

ବୌଦ୍ଧ: କୋରୋନା ଲକଡାଉନ କାରଣରୁ ବିଶେଷ ଭାବରେ ପ୍ରଭାବିତ ହୋଇଛନ୍ତି ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଶ୍ରମିକ । ସରକାରୀ ଓ ବେସରକାରୀ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଏହି ଶ୍ରମିକଙ୍କ ସମସ୍ୟାକୁ ନେଇ ଭାରତୀୟ ମଜଦୁର ସଂଘ ଭାରତର ରାଷ୍ଟ୍ରପତି ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ 9 ଦଫା ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।

ଶ୍ରମିକଙ୍କ ସମସ୍ୟା ନେଇ ଭାରତୀୟ ମଜଦୁର ସଂଘର ଦାବିପତ୍ର

ଗୁରୁବାର ବୌଦ୍ଧ ଜିଲ୍ଲାର କର୍ମକର୍ତ୍ତାମାନେ ବୌଦ୍ଧ ଜିଲ୍ଲାପାଳଙ୍କୁ ଭେଟି ଏହି ଦାବିପତ୍ର ପ୍ରଦାନ କରିଥିଲେ । ଏହି ଦାବିପତ୍ରରେ ବିଶେଷ ଭାବରେ ଶ୍ରମିକଙ୍କ କାର୍ଯ୍ୟ ନିର୍ଘଣ୍ଟ 12 ଘଣ୍ଟା ବଦଳରେ 8 ଘଣ୍ଟା କରିବା, ପ୍ରବାସୀ ଶ୍ରମିକଙ୍କ ପଞ୍ଜିକରଣ ଭଳି 9ଟି ଦାବିକୁ ଉପସ୍ଥାପନା କରାଯାଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details