ଓଡିଶା

odisha

ETV Bharat / state

ଚାଲିଥିଲା ଜନସମ୍ପର୍କ ପଦଯାତ୍ରା, ନେତା ଓ କର୍ମୀଙ୍କୁ ଆକ୍ରମଣ କଲା ମହୁମାଛି - ଜନ ସମ୍ପର୍କ ପଦଯାତ୍ରା

ଜନ ସମ୍ପର୍କ ପଦଯାତ୍ରା ଅବସରରେ ମହୁମାଛି ଆକ୍ରମଣର ଶିକାର ହେଲେ ଦଶରୁ ଉର୍ଦ୍ଧ୍ବ ବିଜେଡି ନେତା ଓ କର୍ମୀ । ଅଧିକ ପଢନ୍ତୁ

ମହୁମାଛି ଆକ୍ରମଣର ଶିକାର ହେଲେ ନେତା ଓ କର୍ମୀ
ମହୁମାଛି ଆକ୍ରମଣର ଶିକାର ହେଲେ ନେତା ଓ କର୍ମୀ

By ETV Bharat Odisha Team

Published : Oct 6, 2023, 8:55 PM IST

ମହୁମାଛି ଆକ୍ରମଣର ଶିକାର ହେଲେ ନେତା ଓ କର୍ମୀ

ବୌଦ୍ଧ: ଜନ ସମ୍ପର୍କ ପଦଯାତ୍ରା ଅବସରରେ ମହୁମାଛି ଆକ୍ରମଣର ଶିକାର ହେଲେ ଦଶରୁ ଉର୍ଦ୍ଧ୍ବ ବିଜେଡି ନେତା ଓ କର୍ମୀ । ସଭାସ୍ଥଳରେ ଅସ୍ବାଭାବିକ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ମହୁମାଛି ଆକ୍ରମଣର ଶିକାର ହୋଇଥିବା ଆହତଙ୍କୁ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ସମସ୍ତ ଆହତ ସୁସ୍ଥଥିବା ଡାକ୍ତର ସୂଚନା ଦେଇଛନ୍ତି । ଏପରି ଘଟଣା ଗତ ଗୁରୁବାର ବୌଦ୍ଧ ଜିଲ୍ଲାର ମନମୁଣ୍ଡା ଠାରେ ବିଜେଡିର ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ସମୟରେ ଘଟିଥିଲା ।

ସୂଚନା ଅନୁଯାୟୀ, ଜନ ସମ୍ପର୍କ ପଦଯାତ୍ରା ପାଇଁ ଗୁରୁବାର ବୌଦ୍ଧ ଜିଲ୍ଲାର ମନମୁଣ୍ଡା ଠାରେ ଶତାଧିକ ବିଜେଡି କର୍ମକର୍ତ୍ତା ଓ ନେତାମନ୍ତ୍ରୀ ଉପସ୍ଥିତ ଥିଲେ । ପଦଯାତ୍ରାରେ କଣ୍ଟାମାଳ ବିଧାୟକ ମହୀଧର ରଣାଙ୍କ ସମେତ ବହୁ ବରିଷ୍ଠ ବିଜେଡି ନେତା ଓ କର୍ମୀ ଏକ ବିଶାଳ ଶୋଭାଯାତ୍ରାରେ ମନମୁଣ୍ଡା ସହର ପରିକ୍ରମା ପରେ ସ୍ଥାନୀୟ ଆର ଏମସି ମାର୍କେଟ ୟାର୍ଡରେ ଆୟୋଜିତ ହୋଇଥିବା ସଭାସ୍ଥଳରେ ପହଞ୍ଚିଥିଲେ । ତେବେ ସେହି ସମୟରେ ହଠାତ୍ ନିକଟରେ ଥିବା ବିଶାଳ ଗଛରେ ଥିବା ମହୁଫେଣାରୁ ମହୁମାଛିମାନେ ବିଜେଡି ନେତା ଓ କର୍ମୀଙ୍କୁ ଅତର୍କିତ ଭାବରେ ଆକ୍ରମଣ କରିଥିଲେ । ଫଳରେ କିଛି ସମୟ ପାଇଁ ଦଳୀୟ ନେତା ଓ କର୍ମୀମାନେ ଯିଏ ଯୁଆଡେ ପାରିଲେ ଦୈଡିଥିଲେ ।

ଏହା ମଧ୍ୟ ପଢନ୍ତୁ...କଟକରେ ଜନ ସମ୍ପର୍କ ପଦଯାତ୍ରାର ଶୁଭାରମ୍ଭ

ମହୁମାଛି ଆକ୍ରମଣରେ ବିଜେଡି ଦଳର ଦଶରୁ ଊର୍ଦ୍ଧ୍ବ ନେତା ଓ କର୍ମୀ ଆହତ ହୋଇ ମନମୁଣ୍ଡା ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ । ସେଠାରେ ତୁରନ୍ତ ଡାକ୍ତର ସେମାନଙ୍କ ଚିକିତ୍ସା ଆରମ୍ଭ କରିଥିଲେ । ଚିକିତ୍ସାପରେ ସମସ୍ତ କର୍ମୀ ସୁସ୍ଥ ଥିବା ଡାକ୍ତର ସୂଚନା ଦେଇଛନ୍ତି । ସେପଟେ କିଛି ସମୟ ପରେ ସଭାସ୍ଥଳରେ ପରିସ୍ଥିତି ସାମାନ୍ୟ ହେବା ପରେ ସୁରୁଖୁରୁରେ ସଭା କାର୍ଯ୍ୟ ସମ୍ପାଦନ ହୋଇଥିଲା । ତେବେ ଏହି ଘଟଣାକୁ ନେଇ ଏବେ ବୌଦ୍ଧରେ ରାଜନୀତି ସରଗରମ ହୋଇଛି । ବିଭିନ୍ନ ଲୋକେ ଭିନ୍ନ ଭିନ୍ନ ମତାମତ ପୋଷଣ କରୁଛନ୍ତି । କିଛି ଲୋକ ଏହାକୁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ଗୁଜବ ସୃଷ୍ଟି କରିଥିବା ବେଳେ ମହୁମାଛି ଆକ୍ରମଣ ମାମଲାକୁ ନେଇ ଭିନ୍ନ ଭିନ୍ନ ଚର୍ଚ୍ଚା ଜୋରଧରିଛି ।


ଇଟିଭି ଭାରତ, ବୌଦ୍ଧ

ABOUT THE AUTHOR

...view details