ବୌଦ୍ଧ:ବିଜୁବାବୁଙ୍କ ଅତିପ୍ରିୟ ବାଉଁଶୁଣୀ ବଙ୍ଗଳା ବୌଦ୍ଧ ଜିଲ୍ଲାକୁ ଦେଇଛି ନୂଆ ପରିଚୟ । ହେଲେ ଆଜି ଏହି ବଙ୍ଗଳା ଅବଲୁପ୍ତର ଦ୍ବାର ଦେଶରେ । ପୁନରୁଦ୍ଧାର ପାଇଁ ବିଭିନ୍ନ ମହଲରୁ ଦାବି । ପ୍ରବାଦ ପୁରୁଷ ବିଜୁବାବୁଙ୍କ ଅତିପ୍ରିୟ ଏହି ବଙ୍ଗଳାଟି ବର୍ତ୍ତମାନ ଅସାମାଜିକ କାର୍ଯ୍ୟ କଳାପର କେନ୍ଦ୍ରସ୍ଥଳ ପାଲଟିଯାଇଛି ।
ବୌଦ୍ଧ ଜିଲ୍ଲା ବାଉଁଶୁଣୀର ବାଘନଦୀ କୂଳରେ ଅତ୍ୟନ୍ତ ମନୋରମ ପୂର୍ଣ୍ଣ ସ୍ଥାନରେ ଶତାଧିକ ବର୍ଷରୁ ନିର୍ମାଣ ହୋଇଥିଲା ଡାକ ବଙ୍ଗଳା ।ବୌଦ୍ଧ ଗଡଜାତର ମହାନଦୀ କୂଳେ କୂଳେ ପ୍ରତ୍ୟେକ ସାତ କୋଶରେ ଏଭଳି ଡାକ ବଙ୍ଗଳା ନିର୍ମାଣ ହୋଇଥିବାରୁ ଏହାକୁ କେତେକ ସାତକୋଶିଆ ବଙ୍ଗଳା ମଧ୍ୟ କହିଥାନ୍ତି । ରାଜା ମହାରାଜା ଓ ବ୍ରିଟିଶ ଅଧିକାରୀଙ୍କ ପ୍ରଥମ ପସନ୍ଦ ଥିଲା ଏହି ବାଉଁଶୁଣୀ ଡାକ ବଙ୍ଗଳା ।ପ୍ରାକୃତିକ ସୌନ୍ଦର୍ଯ୍ୟ ପୂର୍ଣ୍ଣ ଏହି ସ୍ଥାନର ଆକର୍ଷଣ ଯୋଗୁଁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଅତିପ୍ରିୟ ବଙ୍ଗଳା ଥିଲା ଏହି ବାଉଁଶୁଣୀ ଡାକ ବଙ୍ଗଳା ।